www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟବସାୟ ସୁଗମତା ତାଲିକାର ୫୦ତମ ସ୍ଥାନରେ ରହିବା ଆମର ଲକ୍ଷ୍ୟ : ମୋଦୀ

ଗାନ୍ଧିନଗର : ବିଶ୍ୱ ବ୍ୟାଙ୍କର ବ୍ୟବସାୟ ସୁଗମତା ତାଲିକାରେ ଭାରତ ୬୫ ତମ ସ୍ଥାନରେ ହାସଲ କରି ପାରିଛି । ବିଗତ ୪ ବର୍ଷ ମଧ୍ୟରେ ଦେଶରେ ବାଣିଜ୍ୟ-ବ୍ୟବସାୟ ପାଇଁ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ପୂର୍ବରୁ କେବେ ନ ଥିଲା। ଆଗାମୀ ଦିନରେ ଏହି ତାଲିକାର ୫୦ ତମ ସ୍ଥାନରେ ରହିବା ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଶୁକ୍ରବାର ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିର ପ୍ରଦର୍ଶନୀ ଓ ସମ୍ମେଳନ କକ୍ଷରେ ନବମ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ-୨୦୧୯କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଏହି ଦ୍ୱିବାର୍ଷିକ ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ଏକ ନୂତନ ଭାରତକୁ ସ୍ୱରୂପ ପ୍ରଦାନ କରିବା’(ସେପିଙ୍ଗ ଏ ନିଉ ଇଣ୍ଡିଆ)। ପାଞ୍ଚଟି ଦେଶର ରାଷ୍ଟ୍ର ମୁଖ୍ୟ ଏବଂ ଭାରତ ଓ ବିଦେଶର ବଡ଼ ବଡ଼ ଉଦ୍ୟୋଗଗୁଡ଼ିକର ମୁଖ୍ୟଙ୍କ ସମେତ ୩୦ହଜାରରୁ ଊର୍ଦ୍ଧ୍ବ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିନିଧି ଏହି ତିନିଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଗୁରୁବାର ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍‍ ବାଣିଜ୍ୟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ବାଣିଜ୍ୟ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବା ପରେ ଶ୍ରୀ ମୋଦୀ ଅଳ୍ପ କେତେକ ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶୀତ ଉତ୍ପାଦଗୁଡ଼ିକୁ ବୁଲି ଦେଖିଥିଲେ। ଏହି ବାଣିଜ୍ୟ ପ୍ରଦର୍ଶନୀ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୨୧ ଓ ୨୨ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଅହମ୍ମଦାବାଦ୍‍ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ୧୫ଟି ଦେଶ ଭାଗ ନେଉଛନ୍ତି। ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଓ ଜାପାନ୍‍ ଏଥର ଏହାର ଅଂଶିଦାର ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories