www.samajalive.in
Monday, December 15, 2025
14.1 C
Bhubaneswar

୩ୟ ଦିନିକିଆ : ସିରିଜ୍‍ ଜିତିବା ଲକ୍ଷ୍ୟରେ ଭାରତ

ରାଞ୍ଚି : ବିଶ୍ୱକପ୍‍ ପୂର୍ବରୁ ତା’ର ଅନ୍ତିମ ଦିନିକିଆ ସିରିଜ୍‍ ଜିତିବା ଦ୍ୱାରରେ ଭାରତୀୟ ଦଳ। ଶୁକ୍ରବାର ମହେନ୍ଦ୍ର ସିଂହ ଧୋନିଙ୍କ ଘରୋଇ ସହର ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‍ ଖେଳିବାକୁ ଯାଉଛି ଭାରତ। ଏହିଠାରେ ହିଁ ସିରିଜ ବିଜୟ ନିଶ୍ଚିତକରି ଭାରତୀୟ କ୍ରିକେଟର ମହାନ୍‍ ସେବକ ଧୋନିଙ୍କୁ ଉପହାର ଦେବାକୁ ବିରାଟ ବାହିନୀ ଯୋଜନା କରିଛି। ବୋଧହୁଏ ତାଙ୍କ ସହରରେ ଧୋନିଙ୍କର ଏହା ଅନ୍ତିମ ଦିନିକିଆ ମ୍ୟାଚ୍ ହେବ। ତେଣୁ ଏହାକୁ ସ୍ମରଣୀୟ କରିବାକୁ ଟିମ୍ ଇଣ୍ଡିଆ ପ୍ରୟାସ କରିବ। ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ଭାରତ ଏବେ ୨-୦ରେ ଆଗୁଆ ରହିଛି। ସିରିଜ୍‍ରେ ଅଦ୍ୟାବଧି ୨ଟିଯାକ ଦିନିକିଆରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଛି; ଯାହା କ୍ରିକେଟପ୍ରେମୀଙ୍କୁ ଏହି ସିରିଜ୍‍ ପ୍ରତି ଆକର୍ଷିତ କରିଛି। ବିଶେଷକରି ୨ୟ ଦିନିକିଆରେ ବେଶ୍‍ ଉତ୍‍ଥାନ ପତନ ଲାଗି ରହିଥିଲା ଏବଂ ଶେଷ ଓଭର ଆରମ୍ଭ ପର୍ଯ୍ୟନ୍ତ କେଉଁ ଦଳ ବିଜୟୀ ହେବ; ତାହା ଜଣା ପଡ଼ିନଥିଲା। ତେବେ ଜିତାପଟ ପାଇଥିବାରୁ ଭାରତୀୟ ଦଳ ବହୁତ ଖୁସି। ଏବେ ରାଞ୍ଚିରେ ହିଁ ସିରିଜ୍‍ ହାତେଇବାକୁ ଭାରତ ଚାହିଁବ। ଫଳରେ ଦଳରେ ଥିବା ଅନ୍ୟ ଖେଳାଳି ଏବଂ ଭାରତୀୟ ବିଶ୍ୱକପ୍‍ ଯୋଜନାରେ ଥିବା କିଛି ଖେଳାଳିଙ୍କୁ ସୁଯୋଗ ମିଳିବ।
ଧୋନିଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିବା ନିଶ୍ଚିତ। ଅଷ୍ଟ୍ରେଲିଆ ଦଳରେ ଡେଭିଡ୍‍ ୱାର୍ଣ୍ଣର ଓ ଷ୍ଟିଭେନ୍‍ ସ୍ମିଥ୍‍ ନ ଥିଲେ ହେଁ ଏହା ସେପରି ଦୁର୍ବଳ ନୁହେଁ। ତେବେ ସମସ୍ତ ବିଭାଗରେ ଶକ୍ତିଶାଳୀ ଘରୋଇ ଭାରତର ମୁକାବିଲା କରିବାକୁ ଗତ ୨ଟି ଦିନିକିଆରେ ଏହା ସଫଳ ହୋଇନାହିଁ। ବିଶେଷକରି ଭାରତୀୟ ବୋଲିଂର ଜବାବ ଅଦ୍ୟାବଧି ଏହା ଦେଇ ପାରିନାହିଁ। ବୋଲରଙ୍କ ସଫଳତା ବଳରେ ଭାରତ ବିରୋଧରେ ଉଭୟ ଟ୍ୱେଣ୍ଟି୨୦ ମ୍ୟାଚ୍‍କୁ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଉଭୟ ଦିନିକିଆରେ ମଧ୍ୟ ଅଷ୍ଟ୍ରେଲିଆ ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍‍କୁ ଅଦ୍ୟାବଧି ଅଷ୍ଟ୍ରେଲିଆ ଅଢ଼େଇ ଶହ ରନ୍‍ ପାର କରିବାକୁ ଦେଇନାହିଁ। ଲେଗ୍‍ ସ୍ପିନର ଆଡାମ୍‍ ଜାମ୍ପା ଚମ୍ପିଆନ୍‍ଙ୍କ ପରି ବୋଲିଂ କରିଛନ୍ତି। ଦଳର ୩ ପେସ୍‍ ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବିଶେଷକରି ପ୍ୟାଟ୍‍ କମିନ୍‍ସ ଭାରତୀୟ ବ୍ୟାଟିଂକୁ ଚାପରେ ରଖି ପାରିଛନ୍ତି। ତେବେ ଅଷ୍ଟ୍ରେଲିଆକୁ ନିରାଶ କରିଛି ଏହାର ବ୍ୟାଟିଂ। ୨ୟ ଦିନିକିଆରେ କଙ୍ଗାରୁ ଦଳ ୨୫୧ ରନ୍‍ର ପିଛା କରିଥିବା ବେଳେ ଏହାର ଓପ୍‍ନିଂ ଯୋଡ଼ି ୧୫ ଓଭର ପୂରିବା ପୂର୍ବରୁ ୮୩ ରନ୍‍ କରିଥିଲା। ତଥାପି ଅଷ୍ଟ୍ରେଲିଆର ମଧ୍ୟକ୍ରମ ବିଫଳ ହୋଇଥିଲା। ଟ୍ୱେଣ୍ଟି୨୦ ସିରିଜ୍‍ର ଫର୍ମ ଦିନିକିଆରେ ଦେଖାଇ ପାରିନାହାନ୍ତି ଗ୍ଲେନ୍‍ ମ୍ୟାକ୍ସୱେଲ। ଅଭିଜ୍ଞ ସନ୍‍ ମାର୍ଶ ୨ୟ ମ୍ୟାଚ୍‍ରେ ବିଫଳ ହୋଇଥିଲେ। ଅଧିନାୟକ ଆରୋନ୍‍ ଫିଞ୍ଚ୍‍ ଫର୍ମକୁ ଫେରିବା ଭଳି ମନେ ହୋଇଥିଲେ ହେଁ ବେଶି ସମୟ କ୍ରିଜ୍‍ରେ ରହି ପାରିନଥିଲେ। ତେଣୁ ମ୍ୟାଚ୍‍ ଜିତିବାକୁ ହେଲେ ଅଷ୍ଟ୍ରେଲିଆର ୨/୩ ଜଣ ବ୍ୟାଟ୍‍ସମ୍ୟାନଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ରାଞ୍ଚି ଷ୍ଟାଡିୟମ୍‍ ଭାରତୀୟ ଦଳକୁ ମିଶ୍ରିତ ଫଳାଫଳ ଦେଇଛି। ଏଠାରେ ଭାରତ ୪ଟି ମ୍ୟାଚ୍‍ ଖେଳି ୨ଟି ଜିତିଥିବା ବେଳେ ୨ଟି ହାରିଛି।
ପ୍ରଥମ ୨ଟି ମ୍ୟାଚ୍‌ରୁ ବିଶ୍ରାମ ନେଇଥିବା ଭୁବନେଶ୍ବର କୁମାର ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ସୁଯୋଗଦେବା ପାଇଁ ଭାରତୀୟ ଦଳ ଚିନ୍ତା କରିପାରେ। ପ୍ରଥମ ୨ଟି ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଯଶପ୍ରୀତ ବୁମ୍‌ରା କିମ୍ବା ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଭୁବନେଶ୍ବରଙ୍କୁ ସୁଯୋଗ ଦେବା ପାଇଁ ଭାରତୀୟ ଦଳ ଚାହିଁବ। ୩ଟି ମ୍ୟାଚ୍‌ରେ ଆରୋନ୍ ଫିଞ୍ଚ୍‌ଙ୍କୁ ୩ଥର ଭୁବନେଶ୍ବର ଆଉଟ କରିଛନ୍ତି। ବିଜୟ ଶଙ୍କରଙ୍କ ପ୍ରଦର୍ଶନ ଭାରତୀୟ ଦଳକୁ ବେଶ୍ ଉତ୍ସାହିତ କରିଛି। ନାଗପୁରରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶଙ୍କର ଭଲ ପ୍ରଦର୍ଶନ କରି ବିଶ୍ବକପ୍ ସ୍ଥାନ ପାଇଁ ଦାବି ଉପସ୍ଥାପନ କରି ପାରିଛନ୍ତି। ବ୍ୟାଟିଂରେ ଶିଖର ଧାୱନ ଓ ଅମ୍ବତି ରାୟୁଡୁ ବିଫଳ ହୋଇଥିଲେ ହେଁ ଉଭୟେ ପୁଣି ସୁଯୋଗ ପାଇବା ନିଶ୍ଚିତ। ପିଚ୍‌ରେ ସ୍ପିନରଙ୍କୁ ସହାୟତା ମିଳିବ ବୋଲି ଅନୁମାନ କରା ଯାଉଥିବାରୁ ଉଭୟ ଦଳ ୨ ଜଣ ଲେଖାଏଁ ସ୍ପିନରଙ୍କୁ ଖେଳାଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories