ବଢିଲା ମିଶନଶକ୍ତି କର୍ମକର୍ତ୍ତାଙ୍କ ଦେୟ ପରିମାଣ
ସମାଜ ଡିଜିଟାଲ ଡେସ୍କ: ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ। ଦେୟ ୫୦୦ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ଦେୟ ୫ଶହ ଟଙ୍କା ବୃଦ୍ଧି ହୋଇଛି। ବ୍ଲକସ୍ତରୀୟ ସଭାପତି, ସମ୍ପାଦକଙ୍କୁ ୪୫୦୦ ଏବଂ ସଦସ୍ୟା ୨୫୦୦ଟଙ୍କା ପାଇବେ। ସେହିପରି ପଞ୍ଚାୟତସ୍ତରୀୟ ସଭାପତି, ସମ୍ପାଦକଙ୍କୁ ୨୫୦୦ ଏବଂ ସଦସ୍ୟାଙ୍କୁ ୧୫୦୦ ଲେଖାଏଁ ଟଙ୍କା ମିଳିବ। ଏହି ବର୍ଦ୍ଧିତ ଦେୟ ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ୧ଲକ୍ଷ ୨୬ହଜାର ୧୦ଜଣ କର୍ମକର୍ତ୍ତା ଉପକୃତ ହେବେ।
Comments are closed.