www.samajalive.in
Saturday, December 6, 2025
26.1 C
Bhubaneswar

ଧୂଳିରେ ଅଣନିଶ୍ୱାସୀ ପଥଚାରୀ ; ସିଞ୍ଚନ ହେଉନାହିଁ ପାଣି

ଗୁରୁଡିଝାଟିଆ :  କଖଡିରୁ ବ୍ରାହ୍ଣବସ୍ତ ଦେଇ କପୁରସିଂକୁ ସଂଯୋଗ କରୁଥିବା ରାସ୍ତା ଓ କୋଠାବାଡି ବିଭାଗର ରାସ୍ତାଟି ସଂପ୍ରସାରଣ ଓ ଉନ୍ନତିକରଣ ହେଉଅଛି। ଯାହାକି ଜନସାଧାରଣଙ୍କ ଅଶେଷ ଉପକାରରେ ଆସିବ। କାର୍ଯ୍ୟାଦେଶ ନେଇଥିବା ଠିକାଦାର ରାସ୍ତା ସଂପ୍ରସାରଣ ପାଇଁ ପିଚୁକୁ ତାଡି ମେଣ୍ଟାଲ ବିଛାଇଛି ଏବଂ ଏହା ଉପରେ ଗୁଣ୍ଡ ,ଛୋଟ ମେଟାଲ ଓ ସିମେଣ୍ଟ ମିଶ୍ରଣ ମଧ୍ୟ ପକାଇଛି। ଯାହାଫଳରେ କି ରାସ୍ତାରେ ଭାରୀଯାନ ଓ ୨ ଚକିଆଯାନ ଚଳାଚଳ କରିବା ସମୟରେ ବ୍ୟାପକ ମାତ୍ରାରେ ଧୂଳି ଉଡୁଛି। ଏହାଦ୍ୱାରା ପଥଚାରୀମାନେ ଅଣନିଶ୍ୱାସୀ ହୋଇ ପଡିଛନ୍ତି। ଏହି ରାସ୍ତା ଉପରେ ନଦୀକୂଳ ଅଞ୍ଚଳରୁ ନବେଢା ଅଞ୍ଚଳକୁ ମୁଖ୍ୟ ସଂଯୋଗ ହୋଇଥିବାରୁ ଶହଶହ ଗାଡିମୋଟର ଯାତାୟାତ କରୁଥିବା ବେଳେ ଦୈନନ୍ଦିନ ବ୍ୟବସାୟ ବାଣିଜ୍ୟ ଓ ବିଭିନ୍ନ କଳକାରଖାନାକୁ ଲୋକ ଯାତାୟାତ କରିଥାନ୍ତି। ଠିକାଦାର ଆବଶ୍ୟକ ମୁତାବକ ଧୂଳି ଉଡିବାକୁ ବନ୍ଦ କରିବା ପାଇଁ ପାଣି ସିଞ୍ଚନ କରୁନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅସନ୍ତୋଷ ହେଉଛନ୍ତି। ଏପରିକି ଠିକାଦାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories