www.samajalive.in
Monday, December 15, 2025
16.1 C
Bhubaneswar

ଋାଷ୍ଟ୍ରର ଅଗ୍ରଗତି ପାଇଁ ସମାବେଶୀ ଅର୍ଥନୈତିକ ବିକାଶ ଏକମାତ୍ର ପନ୍ଥା

ପୁନେ : ଭାରତୀୟ ଛାତ୍ର ସଂସଦର ଛଅ ଦିନିଆ ଭର୍ଚୁଆଲ ସମ୍ମିଳନୀର ତୃତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ସରକାରଙ୍କର ଅର୍ଥ ଓ ବୈଦେଶିକ ବ୍ୟାପାର ବିଭାଗର ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ ତୃଣମୂଳ କଂଗ୍ରେସ (ଏଆଇଟିସି)ର ରାଷ୍ଟ୍ରୀୟ ଉପସଭାପତି, ବରିଷ୍ଠ ରାଜନେତା ଯଶବନ୍ତ ସିହ୍ନା ଯୋଗଦେଇଥିଲେ । ଏହି ଅଧିବେଶନରେ ‘ଭାରତୀୟ ଅର୍ଥନୀତି: ଦୋଷ ଲଦିବା ଊଦ୍ଧ୍ୱର୍ରେ’ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ ଏହା ଭାରତୀୟ ଅର୍ଥନୀତି ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଧାରିତ ଥିଲା । ଶ୍ରୀ ସିହ୍ନା ନିଜର ମତ ରଖି କହିଥିଲେ ଯେ ଜନସାଧାରଣ ଏବଂ ଅର୍ଥନୀତିର ମାନସିକତା ଏକ ସମୟରେ ଆଗକୁ ବଢିବା ଦରକାର, ସେଥିପାଇଁ ଏକ ଉତ୍ତମ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେଲେ ରାଷ୍ଟ୍ରର ମାନସିକତାକୁ ଉଚ୍ଚତର ସ୍ତରରେ ରଖିବା ଅନିବାର୍ଯ୍ୟ ଅଟେ ।
ଭାରତୀୟ ଛାତ୍ର ସଂସଦର ଏକାଦଶ ସଂସ୍କରଣରେ ନିଜର ଚିନ୍ତନକୁ ଉପସ୍ଥାପନ କରି ଯଶବନ୍ତ ସିହ୍ନା କହିଥିଲେ ଯେ, ଏକ ଅର୍ଥନୀତିର ଉତ୍‌ଥାନ ଅଥବା ପତନ କିଛି ଅସ୍ୱାଭାବିକତା ନୁହେଁ । ବିଶ୍ୱସହିତ ସମନ୍ୱିତ ଏକ ଅର୍ଥନୀତିରେ ଆମେ ବିଶ୍ୱସ୍ତରୀୟ କାରଣଗୁଡିକ ଠାରୁ ନିଜକୁ ପୃଥକ ରଖିପାରିବା ନାହିଁ । ଆମକୁ ଅଣ ଅର୍ଥନୈତିକ ବିଷୟଗୁଡିକୁ ମଧ୍ୟ ବିଚାରକୁ ନେବାର ଆବଶ୍ୟକତା ରହିଛି । ଆଧୁନିକ ଅର୍ଥନୀତି ମଧ୍ୟ ମାନସିକତାକୁ ନେଇ ଗତିକରୁଛି କାରଣ ମାନସିକତା ଉପଭୋକ୍ତା ଆହରଣକୁ ପରିଚାଳିତ କରିଥାଏ ଏବଂ ଚାହିଦା ନିର୍ଦ୍ଧାରଣ କରେ । ସେଥିପାଇଁ ସମାଜର ମାନସିକତା ଯଦି ନିମ୍ନରେ ତେବେ ଉପଭୋକ୍ତା ଆହରଣ ସ୍ତର ହ୍ରାସପାଇବ ଏବଂ ତାହା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପକାଇବ ।
ୟୁନିଭରସିଟି ଅଥ ଆଲ୍ଲାହାବାଦର କୁଳାଧିପତି ତଥା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ଏମଡି ଓ ସିଇଓ ଆଶିଷ କୁମାର ଚୌହାନ, ଓଡ଼ିଶା, କଟକ ଜିଲା ଅନ୍ତର୍ଗତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଜୁ ଜନତା ଦଳ ବିଧାୟକ  ସୌଭିକ ବିଶ୍ୱାଳ ମଧ୍ୟ ଏହି ଅଧିବେଶନରେ ଯୋଗ ଦେଇଥିଲେ । ଶ୍ରୀ ଚୌହାନ ଗୁରୁତ୍ୱ ଦେଇ କହିଥିଲେ ଯେ, ଯେକୌଣସି ରାଷ୍ଟ୍ର ଅଥବା ସମାଜ ପୁରାତନ ଚିନ୍ତନ ପ୍ରକ୍ରିୟାକୁ ଜାବୁଡି ଧରି ନୁହେଁ, ବରଂ ନୂତନ ପ୍ରଯୁକ୍ତି ସୃଷ୍ଟି ଜରିଆରେ ସମୃଦ୍ଧ ଏବଂ ବିକଶିତ ହୋଇଥାଏ । ଆମେ ଆଧ୍ୟାତ୍ମିକତା ଦିଗରୁ ସଫଳ ହୋଇ ନୁହେଁ, ବସ୍ତୁବାଦୀ କ୍ଷେତ୍ରରେ ସଫଳ ହେଲେ ବିଶ୍ୱରେ ଅଗ୍ରଣୀ ସ୍ଥାନ ଅଧିକାର କରିପାରିବା । ପ୍ରଯୁକ୍ତିର ଏହି ଦ୍ରୁତ ଗତିଶୀଳ ଧାରା ଆମକୁ ପୁନଃ ବିକାଶ ଦିଗରେ ଆଗେଇନେବ । ଏକାଦଶ ଭାରତୀୟ ଛାତ୍ର ସଂସଦର ସମସ୍ତ ଅଂଶଗ୍ରହଣକାରୀ ପ୍ରସ୍ତାବ ଉପରେ ମତଦାନ କରିବା ସହିତ ସମାବେଶୀ ଅର୍ଥନୈତିକ ବିକାଶ ଲକ୍ଷ୍ୟ ନେଇ ନୂତନ ଶିକ୍ଷା ନୀତିର ଦ୍ରୁତ କାର୍ଯ୍ୟକାରିତା ସକାଶେ ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ । ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା ଅର୍ଥନୀତିକୁ ମୂଲ୍ୟଯୁକ୍ତ କରିବା ବିଷୟ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଆଗତ କରାଯାଇଥିଲା ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories