www.samajalive.in
Monday, December 15, 2025
14.1 C
Bhubaneswar

ଜୀବିକା ଉପାଜର୍ନ ପାଇଁ ଓଡ଼ିଶାରେ ଅନଗ୍ରସର ଗୋଷ୍ଠୀଙ୍କୁ ଇ-ରିକ୍ସା ଦାନ

ଭୁବନେଶ୍ୱର: ପ୍ରାଥମିକ ଟିଏମ୍‌ଟି ବାର୍‌ ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଏବଂ ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ ପକ୍ଷରୁ ଓଡ଼ିଶାର ଅନଗ୍ରସର ସମୁଦାୟର ଲୋକଙ୍କୁ ଆଠଟି ଇ-ରିକ୍ସା ଦାନ କରାଯାଇଛି । ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ଅନଗ୍ରସର ସମୁଦାୟଙ୍କ ଜୀବିକାକୁ ସମର୍ଥନ କରିବା ପାଇଁ ଶ୍ୟାମ ଷ୍ଟିଲ ପକ୍ଷରୁ ସଂପ୍ରତି କାର୍ଯ୍ୟକାରୀ କରାଯାଉଥିବା ଏହାର ‘ଖୁଦ୍‌ କମାଓ ଘର୍‌ ଚଲାଓ’ ଅଭିଯାନର ଅଂଶସ୍ୱରୂପ ଏହି ଇ-ରିକ୍ସା ଦାନ କରାଯାଇଛି । ଜିରାମ ବା, ସୁଧିର ବା, ବୁଦେ୍ଧଶ୍ୱର ରାଉତ, ବିଜୟ ଜିନା, ସୁନିଲ ସିଂହ, କଳ୍ପତର୍ୟା ରାଉତ, ପ୍ରଭାତ କୁମାର ପ୍ରଧାନ ଏବଂ ରବିନ୍ଦ୍ର ବଳ ଆଦି ଆଠଜଣ ଗ୍ରହୀତାଙ୍କୁ ଏହି ଇ-ରିକ୍ସା ହସ୍ତାନ୍ତର କରାଯାଇଥିଲା ।

ଏ ସମ୍ପର୍କରେ ପ୍ରକାଶ କରି ଶ୍ୟାମ ଷ୍ଟିଲ୍‌ର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି, ଆମ ରାଷ୍ଟ୍ରର ଉତ୍‌ଥାନ କ୍ଷେତ୍ରରେ ଗୋଷ୍ଠୀ ବିକାଶ ଏକ ଅତ୍ୟାବଶ୍ୟକ ଅଙ୍ଗ । ମହାମାରୀ କାରଣରୁ ଜନସାଧାରଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଥିଲା, ଏବଂ ସ୍ୱାଭାବିକତା ଫେରାଇ ଆଣିବାକୁ ଆମେ ସେମାନଙ୍କୁ ଦୀର୍ଘସ୍ଥାୟୀ ଭିତ୍ତିରେ ସମର୍ଥନ କରିବାର ଆବଶ୍ୟକତା ରହିଛି । ମହାମାରୀ ସମୟରେ ଶ୍ୟାମ ଷ୍ଟିଲ୍‌ ଆସାମ, ବିହାର, ଓଡ଼ିଶା, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଅମ୍ଳଜାନ ସାନ୍ଦ୍ରକ ବଣ୍ଟନ କରିଥିଲା ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ସହାୟତା ପ୍ରଦାନ କରିଥିଲା । ଏହି ଶିଳ୍ପ ଗୋଷ୍ଠୀ ମଧ୍ୟ ବାତ୍ୟା ୟାଶ ଦ୍ୱାରା ପ୍ରଭାବିତ ଗୋଷ୍ଠୀଗୁଡିକୁ ରିଲିଫ ସାମଗ୍ରୀ ଦାନ କରିଛି । ଶ୍ୟାମ ଷ୍ଟିଲ ସର୍ବଦା ସାମାଜିକ ବିକାଶ ନିମନ୍ତେ ବିବିଧ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହକୁ ଅଗ୍ରାଧିକାର ଦେଇଛି ଏବଂ ଏ କ୍ଷେତ୍ରରେ ଅବଦାନ ରଖିଆସିଛି, ଯାହାର ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ପ୍ରଭାବ ରହିଛି ।

- Advertisement -

‘ଖୁଦ୍‌ କମାଓ ଘର୍‌ ଚଲାଓ’ ଅଭିଯାନର ଅଂଶସ୍ୱରୂପ ଶ୍ୟାମ ଷ୍ଟିଲ୍‌ ପଞ୍ଜାବ, ଆସାମ ଓ ବିହାର ଭଳି କେତେକ ମୁଖ୍ୟ ମୁଖ୍ୟ ରାଜ୍ୟ ସମେତ ସମଗ୍ର ଭାରତରେ ଇ-ରିକ୍ସା ବଣ୍ଟନ କରାଯାଇଛି । କମ୍ପାନୀ ବିଶେଷଭାବରେ ସ୍ୱତନ୍ତ୍ର ବର୍ଗଙ୍କୁ ବହୁବିଧ ସାମାଜିକ-ଅର୍ଥନୈତିକ, ଶିକ୍ଷାଗତ ଏବଂ ସ୍ୱାସ୍ଥ୍ୟଗତ ପ୍ରୟାସରେ ସମର୍ଥନ ପ୍ରଦାନ କରି ଏବଂ ଦୀର୍ଘସ୍ଥାୟୀ ସାମାଜିକ ବିକାଶମୂଳକ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରି ଏକ ସକାରାତ୍ମକ ଅବଦାନ ରଖିବା ପ୍ରୟାସ ଜାରି ରଖିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories