ଫୁଲବାଣୀରେ ଅଧିକ ଚାଲାକି କରି ନିର୍ଧୁମ ଛେଚା ଖାଇଲେ ଲୁଟେରା , ଏପରି କରୁଥିଲେ ଲୁଟ୍‌ ଯୋଜନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ବାରମ୍ବାର ଅଭିନଵ ଉପାୟରେ ଚୋରି ଡକାୟତି କରୁଥିବା ବେଳେ ପୂର୍ବରୁ ବହୁ ବାର ଗାଡ଼ିରେ ନାଲି ବତୀ ଲଗାଇ ଏବଂ ପୋଲିସ ପୋଷାକ ରେ ପୋଲିସ ଅଧିକାରୀ,ସି ଆର ପି, କହି ଉପାନ୍ତ ଅଞ୍ଚଳ ରେ ଘରେ ପଶି ମାଡ଼ ମାରି ସୁନା ରୁପା ଏମିତି କି ଛେଳି, କୁକୁଡ଼ା, ହଳଦୀ ଭଳି ଜିନିଷ ପତ୍ର ଲୁଟି ନେଇଥିବା ବେଳେ ଲୋକେ ପୋଲିସ ଉପରେ ସନ୍ଦେହ କରି ପୋଲିସ ଏଭଳି ଘରେ ପଶି ଗଞ୍ଜେଇ ନାଁରେ ଲୁଟୁଥିବା ବିଭିନ୍ନ ଆଲୋଚନା ଜୋର ଧରିଥିଲା ଯାହାକୁ ନେଇ ପୋଲିସକୁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିବା ସହ ପୋଲିସ ପ୍ରତି ଥିବା ବିଶ୍ୱାସ ତୁଟି ଥିଲା l ତେବେ ବାରମ୍ବାର ଏଭଳି ଘଟଣା ଘଟିବା ପରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସ୍ମାର୍ଟ ସ୍କୁଲ ରୁ ଚୋରି ଯାଇଥିବା ଜିନିଷ କୁ ବାହାର ଜିଲାରୁ ଉଦ୍ଧାର କରିବା ସହ ଚୋର ମାନଙ୍କୁ ଧରି କୋର୍ଟ ଚାଲାଣ କରିଥିଲା l କିଛି ଦିନ ପରେ ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ପାଙ୍ଗା ଉପର ସାହି ପଞ୍ଚାୟତ ବାଲି ଗଟା ଗାଁରେ ୮ ଜଣ ସଶସ୍ତ୍ର ଡକାୟତ ପୋଲିସ ପୋଷାକ ପିନ୍ଧି ବୋଲେରୋ ଗାଡିରେ ରେଡ ଲାଇଟ ଲଗାଇବା ସହ ଗୋଟିଏ ଡାଲା ଗାଡି ଓ ବାଇକ ବନ୍ଧୁକ ଧରି ଗାଁରେ ପଶି ରାତିରେ ଡକାୟତ କରିବା ସହ ମାଡ଼ ମାରି ଫେରାର ହେବାକୁ ଚେଷ୍ଟା କରିଥିବା ବେଳେ ଅଞ୍ଚଳ ର ଲୋକେ ଜଙ୍ଗଲ ଘେରାଉ କରି ରାସ୍ତା ରେ ଜଗି ରହି ଡକାୟତ ଗ୍ୟାଙ୍ଗ କୁ ଧରି ଫିରିଙ୍ଗିଆ ପୋଲିସ କୁ ଜିମା ଦେଉଥିଲେ l

ଏହି ଘଟଣା ରେ କନ୍ଧମାଳ ଜିଲ୍ଲା ର ଏବଂ ଆଠ ଗଡ଼ ର ଡକାୟତ ମାନଙ୍କ ସହ ଫିରିଙ୍ଗିଆ ଥାନା ଅଞ୍ଚଳ ର କିଛି ଚୋର ବି ଧରା ପଡ଼ିଥିଲେ l କିଛି ଦିନ ବ୍ୟବଧାନ ପରେ ଗତ କାଲି ରାତିରେ ସେହି ଉପାନ୍ତ ଅଞ୍ଚଳ ସାଡୀଙ୍ଗିଆ ପଞ୍ଚାୟତ କାଲି କୁଟି ଗାଁରେ ରାତି ଗୋଟାଏ ସମୟରେ ଅବକାରୀ ବିଭାଗ ରୁ ଆସିଛୁ କହି ଧମକ ଦେବା ସହ ପିସ୍ତଲ ଦେଖାଇ ବ୍ରଜରାଜ ଦିଗାଲ ଓ ୩ ଭାଇଙ୍କ ଘରେ ପଶି ମାଡ଼ ମାରିବା ସହ ସୁନା ଟଙ୍କା ଲୁଟିଥିଲେ ଏମିତିକି ଛୋଟ ଦେଢ଼ ବର୍ଷର ଶିଶୁ କୁ ମାଡ଼ ମାରିଥିଲେ l ଘରେ ଥିବା ଟିଭି କୁ ଟଙ୍ଗିଆ ରେ ହାଣି ଦେଇଥିବା ବେଳେ ପାଞ୍ଚ ଜଣରୁ ଅଧିକ ଲୋକଙ୍କୁ ମାଡ଼ ମାରି ଗୋଟିଏ ସୁନା ମାଳି, ଓ ତିନି ଘରୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ଲୁଟି ଚାରୋଟି ବାଇକ ରେ ଆଠ ଜଣ ଲୁଟେରା ଫେରାର ମାରିଥିଲେ l ଏହି ଘଟଣା ପରେ ବିଭିନ୍ନ ଗାଁକୁ ଫୋନ ଯୋଗେ ଯୋଗାଯୋଗ ପରେ ଅଞ୍ଚଳ ର ପ୍ରାୟ ଦଶ ଖଣ୍ଡ ରୁ ଅଧିକ ଗାଁ ଲୋକେ ବିଭିନ୍ନ ଜାଗାରେ ଜଗି ରହିଥିବା ବେଳେ ବାଲି ଗଟା ଅଞ୍ଚଳ ପିଣ୍ଡାଙ୍ଗୀ ଗାଁ ରାସ୍ତାରେ ରାତି ପ୍ରାୟ ୩ ଟାରେ ତିନୋଟି ବାଇକ ସହ ଚାରି ଜଣ ଡକାୟତ କୁ କାବୁ କରି ଥିଲେ l ସେହିଭଳି ପାଙ୍ଗା ପଞ୍ଚାୟତ କାଲାଡି ଗାଁ ରାସ୍ତାରେ ଗୋଟିଏ ବାଇକ ସହ ୨ ଜଣ ଡକାୟତ କୁ ରାତି ପାଞ୍ଚ ଟାରେ ଧରିଥିଲେ l ଅଞ୍ଚଳ ଲୋକେ ଏମାନଙ୍କୁ ଧରିବା ପରେ ନିର୍ଧୁମ ଛେଚିବା ସହ ସକାଳେ ଫିରିଙ୍ଗିଆ ଥାନା କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବା ବେଳେ ଲୋକେ ପୋଲିସକୁ ଜିମା ଦେଇଥିଲେ l ପରେ ଫିରିଙ୍ଗିଆ ଥାନାରେ କାଲି କୁଟି ଗାଁ ର ବ୍ରଜ ରାଜ ଦିଗାଲ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ଏହି ଘଟଣା ରେ ଫିରିଙ୍ଗିଆ ପୋଲିସ ୬ ଜଣକୁ ଆଣିଥିବା ବେଳେ ୨ ଜଣ ଫେରାର ଥିବା ଜଣା ପଡିଛି l ପୋଲିସ ଚାରିଟି ବାଇକ ମଧ୍ୟ ଜବତ କରିବା ସହ ଫିରିଙ୍ଗିଆ ଥାନାରେ ୧୯୩ /୨0୨୩ ରେ ବିଭିନ୍ନ ମାମଲା ରେ ମାମଲା ରୁଜୁ କରି ଥିବା ବେଳେ କେ ନୂଆଗାଁ ଥାନା ପୁରୁଣା କେ ନୂଆଗାଁର ଅମିତ ପାତ୍ର,ରତଙ୍ଗ ଗାଁ ଫିରିଙ୍ଗିଆ ଥାନା ର ବିଶ୍ୱକର୍ମା କହଁର,ଗୁଟିଙ୍ଗିଆ ଗାଁ ସରଙ୍ଗଡ଼ ଥାନା ର ତପନ କୁମାର ପ୍ରଧାନ,ସାରଙ୍ଗଡ଼ ଥାନା ମାଦିଗୁଡା ଗାଁ ର ଦୀପକ ପ୍ରଧାନ,ଫିରିଙ୍ଗିଆ ଥାନା ଡାମୀ ସାହି ର ହରିଚନ୍ଦନ କହଁର,ଫିରିଙ୍ଗିଆ ଥାନା ରତଙ୍ଗ ଗାଁ ର ପଦ୍ମନାଭ ଦେହୁରୀ ଜଣା ପଡିଥିବା ବେଳେ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ଥାନା ସୂତ୍ରରୁ ସୂଚନା ମିଳିଛି l

Comments are closed.