www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା

ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା ପ୍ରଶାସନ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ବୌଦ୍ଧ ଶାଖା ଏବଂ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦୁର୍ନିତି ନିବାରଣ ସଚେତନତା ସପ୍ତାହର ଚତୁର୍ଥ ଦିବସରେ ସଚେତନତା ଶୋଭାଯାତ୍ରା, ମିଶନ ଶକ୍ତି ମାଆ ମାନଙ୍କର ପ୍ଲା କାର୍ଡ, ସ୍ଲୋଗାନ ଏବଂ ସଚେତନତା ବାର୍ତ୍ତା ସହ ସହର ପରିକ୍ରମା କରିଥଲା। ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ମିଶନ ଶକ୍ତି ଡିପିସି ରଶ୍ମିରଞ୍ଜନ ସେଠୀ, କଣ୍ଟାମାଳ ସିଡିପିଓ ଜ୍ୟୋସ୍ନାରାଣୀ ପାଢୀ, ଭିଜିଲାନ୍ସ ଇନିସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ସୁରକ୍ଷା ଅଧିକାରୀ ଗୀତାଞ୍ଜଳି ପ୍ରଧାନ, ଡିପିଏ ସିଏ ସସ୍ମିତା ବେହେରା, ବୌଦ୍ଧ ବ୍ଲକ ସିଡିପିଓ ମିନତୀ ଦେଓ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଏହି ସଚେତନତା ରଥ ସହର ପରିକ୍ରମା କରି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସଚେତନତା ଧର୍ମୀ ବାର୍ତ୍ତା ପ୍ରଚାର କରିଥିଲା। ଉପସ୍ଥିତ ସମସ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାତ୍ର ଦୁର୍ନୀତି ନକରିବା ପାଇଁ ଶପଥ ପାଠ କରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories