www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମଥର କାର୍ଯ୍ୟରତ ହାଇକୋର୍ଟ ଜଜଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ, ଅନୁମତି ଦେଲେ ସିଜେଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ମଙ୍ଗଳବାର ପ୍ରଥମ ଘଟଣା କ୍ରମେ ସିବିଆଇକୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଘରୋଇ ମେଡିକାଲ କଲେଜ ପକ୍ଷ ନେବାର ଅଭିଯୋଗ ରହିଛି। ଅନୁମତି ମିଳିବା ପରେ ସିବିଆଇ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରିଛି।
ପ୍ରଥମ ଘଟଣା କ୍ରମେ ଜଣେ କାର୍ଯ୍ୟରତ ହାଇକୋର୍ଟ ଜଜଙ୍କ ବିରୋଧରେ ସିବିଆଇ ତଦନ୍ତ କରିବ। ସିଜେଆଇଙ୍କ ଅନୁମତି ବିନା କାର୍ଯ୍ୟରତ ଜଜଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ।
ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‍ ଦୀପକ ମିଶ୍ରଙ୍କ ଦ୍ୱାରା ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍‍ ଶୁକ୍ଲାଙ୍କୁ ଘରୋଇ ମେଡିକାଲ କଲେଜକୁ ଲାଭ ଦେବା ମାମଲାରେ ଦୋଷୀ ପାଇଥିଲା। ରିପୋର୍ଟ ଅନୁସାରେ ଜଷ୍ଟିସ୍‍ ଶୁକ୍ଲା ଏମବିବିଏସ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ଧାର୍ଯ୍ୟ ସମୟ ସୀମାକୁ କିଛି ଦିନ ଘୁଞ୍ଚାଇ ଦେଇଥିଲେ। ରିପୋର୍ଟ ଆଧାରରେ ସିବିଆଇ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ପତ୍ର ଲେଖି ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ତଦନ୍ତ ଆଗକୁ ବଢାଇବା ପାଇଁ ଅନୁମତି ମାଗିଥିଲା। ଏହି ମାମଲାରେ ଗତ ମାସରେ ସିଜେଆଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ। ସେ ଏହି ପତ୍ରରେ ଜଷ୍ଟିସ୍‍ ଶୁକ୍ଲାଙ୍କ ଅପସାରଣ ପାଇଁ ସଂସଦରେ ପ୍ରସ୍ତାବ ଆଣିବାକୁ କହିଥିଲେ। ରିପୋର୍ଟ ଅନୁସାରେ ପୂର୍ବତନ ସେଜେଆଇ ଦୀପକ ମିଶ୍ର ଜଷ୍ଟିସ ଶୁକ୍ଲାଙ୍କୁ ତତ୍କାଳ ଇସ୍ତଫା ଦେବା କିମ୍ବା ଧାର୍ଯ୍ୟ ସମୟ ପୂର୍ବରୁ ଅବସର ନେବାକୁ କହିଥିଲେ। ମାତ୍ର ଜଷ୍ଟିସ୍‍ ଶୁକ୍ଲା ତାଙ୍କ କଥା ଶୁଣିନଥିଲେ। ୨୦୧୮ରୁ ଶୁକ୍ଲାଙ୍କୁ କୌଣସି ଆଇନଗତ କାର୍ଯ୍ୟ ଦିଆଯାଉନାହିଁ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories