ପାକିସ୍ତାନ ସରକାରଙ୍କୁ ଅସ୍ଥିର କରିଦେବ ଏମତି ବିଶାଳ ଶୋଭାଯାତ୍ରା ମୁଁ କରିବି , ଯାହା ଇତିହାସରେ ବି ହୋଇନି – ଇମରାନ୍‌ ଖାନ୍‌

ଇସଲାମାବାଦ – ପାକିସ୍ତାନ ସ୍ୱାଧୀନତା ପାଇଛି ସତ ତାହା ପ୍ରକୃତ ସ୍ୱାଧୀନତା ନୁହେଁ, ଏବେ ପ୍ରକୃତ ସ୍ୱାଧୀନତା ପାଇଁ ବିଶାଳ ଶୋଭାଯାତ୍ରା କରିବି। ଏତେ ବିଶାଳ ଶୋଭାଯାତ୍ରା କରିବି ଯାହା ପାକିସ୍ତାନ ଇତିହାସରେ କେବେ ବି ଘଟି ନଥିବା। ଏପରି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌।

ଇମରାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିଲେ। ମାତ୍ର ଶାସନରୁ ଯିବା ପରେ ଭାରତକୁ ପ୍ରଶଂସା କରିବାରେ ଲାଗିଲେ। ଏବେ ଭାରତ ସରକାର ତାଙ୍କ ଲୋକଙ୍କ ହିତ ପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି।

prayash

ବର୍ତ୍ତମାନର ପାକିସ୍ତାନର ସରକାର ଏବଂ ସେନାବାହିନୀକୁ ସେ ନିନ୍ଦା କରୁଛନ୍ତି। ସେମାନେ ସମସ୍ତ ନିଜ ସ୍ୱାର୍ଥପାଇଁ କାମ କରୁଛନ୍ତି ପାକିସ୍ତାନ ଭବିଷ୍ୟତରେ ଖଣ୍ଡ ଖଣ୍ଡ ହୋଇଯିବ ତିନି ଖଣ୍ଡରେ ବିଭକ୍ତ ହେବ ବୋଲି ଆଶଙ୍କା କରିଛନ୍ତି।

ପାକିସ୍ତାନର ପ୍ରକୃତ ସ୍ୱାଧୀନତା ପାଇଁ ସେ ସଂଗ୍ରାମ କରିବେ ବୋଲି କହିଛନ୍ତି। ଏଥିପାଇଁ ସେ ବିଶାଳ ଶୋଭାଯାତ୍ରା କରିବେ। ଏହା ପାକିସ୍ତାନର ବର୍ତ୍ତମାନର ସରକାରଙ୍କୁ ବିଚଳିତ କରିଦେବ ବୋଲି ସେ କହିଛନ୍ତି। ଦେଶରେ ସେ ଶୀଘ୍ର ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ସେ ପାକିସ୍ତାନରେ ବିଶାଳ ସରକାର ବିରୋଧୀ ଶୋଭାଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.