www.samajalive.in
Monday, December 15, 2025
16.1 C
Bhubaneswar

ମୋଦୀଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ: ଇମ୍ରାନ

ଇସଲାମାବାଦ : ଆନୁଷ୍ଠାନିକ ଶାନ୍ତି ପ୍ରସ୍ତାବ ଦେବା ପୂର୍ବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ ସେ ତାଙ୍କର ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା ଲାଗି ପ୍ରସ୍ତୁତ। ପାକିସ୍ତାନ ଗସ୍ତରେ ଥିବା ଭାରତୀୟ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କାଳରେ ଗୁରୁବାର ଇମ୍ରାନ କହିଛନ୍ତି ଯେ ଭାରତ ସର୍ବଦା ଆତଙ୍କବାଦ ପ୍ରସଙ୍ଗ ଉଠାଇ ଶାନ୍ତି କଥାବାର୍ତ୍ତାରୁ ଦୂରେଇ ଯାଉଛି। ଭାରତ କହୁଛି ଯେ ଶାନ୍ତି କଥାବାର୍ତ୍ତା ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଦରକାର। ତେବେ ଆତଙ୍କବାଦ ପାଇଁ ନିଜର ଭୂଖଣ୍ଡକୁ ବ୍ୟବହାର ଲାଗି ଅନୁମତି ଦେବା ପଛରେ ପାକିସ୍ତାନର କୌଣସି ସ୍ୱାର୍ଥ ନାହିଁ। ଇମ୍ରାନ କହିଛନ୍ତି ଯେ ପାକିସ୍ତାନବାଦୀଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ସେମାନେ ଭାରତ ସହିତ ଶାନ୍ତି ଚାହାନ୍ତି। ତେଣୁ ସେ ମୋଦୀଙ୍କୁ ଭେଟି କଥାବାର୍ତ୍ତା କରିବାକୁ ଆଗ୍ରହୀ। ସେ କହିଛନ୍ତି ଯେ ପାକିସ୍ତାନର ଉଭୟ ସାମରିକ ନେତୃତ୍ୱ ଓ ବେସାମରିକ ନେତୃତ୍ୱ ଭାରତ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହୀ। ତେବେ କଥାବାର୍ତ୍ତା ମାଧ୍ୟମରେ କ’ଣ କାଶ୍ମୀର ସମସ୍ୟାର ସମାଧାନ ହୋଇପାରିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ କୌଣସି ଜିନିଷ ଅସମ୍ଭବ ନୁହେଁ। ଆମେ ପ୍ରତ୍ୟେକ ବିଷୟରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ସାମରିକ ଶକ୍ତି ଦ୍ୱାରା କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ। ଏହା ସହିତ ଇମ୍ରାନ କହିଛନ୍ତି ଯେ ଶାନ୍ତି କଥାବାର୍ତ୍ତା କେବେହେଲେ ଗୋଟିଏ ପଟୁ ହୋଇ ନଥାଏ। ଏହା ଏକ ମିଳିତ ପ୍ରୟାସ। ଶାନ୍ତି କଥାବାର୍ତ୍ତା ପାଇଁ ଭାରତର ନିଷ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଇମ୍ରାନ କହିଛନ୍ତି।
୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ସମ୍ପର୍କରେ ଜବାବ ଦେଇ ଇମ୍ରାନ କହିଛନ୍ତି ଯେ ହାଫିଜ ଉପରେ ଜାତିସଂଘ କଟକଣା ଲାଗୁ ହୋଇଛି। ପାକିସ୍ତାନ ସରକାର ତାର ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି। ପାକିସ୍ତାନରେ ହେବାକୁ ଥିବା ସାର୍କ ସମ୍ମିଳନୀକୁ ଯିବା ପାଇଁ ଭାରତ ମନା କରିଛି। ବୁଧବାର ଭାରତର ବୈଦେଶକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଯେ ନୂଆଦିଲ୍ଲୀ ସାର୍କ ସମ୍ମିଳନୀରେ ଯୋଗ ଦେବ କି ନାହିଁ ତାହା ଇସଲାମାବାଦର ଆତଙ୍କବାଦ ଦମନ କାର୍ଯ୍ୟ ଉପରେ ନିର୍ଭର କରୁଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories