ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ଚାଲୁ ପାଇଁ ସରକାରଙ୍କ ଅନୁମତି
ନୂଆଦିଲ୍ଲୀ : ଦିଲ୍ଲୀ ଆମ୍ ଆଦମୀ ପାର୍ଟି (ଆପ୍) ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ଚାଲୁ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଜୈନଙ୍କ ବିରୋଧରେ ସିବିଆଇ ଦୁର୍ନୀତି ନବାରଣ ଓ ଆଇପିସି ଆଧାରରେ ମାମଲା ରୁଜୁ କରିଛି। ଜୈନଙ୍କ ସହିତ ଅନ୍ୟ ୫ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ସିବିଆଇ ମାମଲା ଅନୁଯାୟୀ ଜୈନ ବିରୋଧରେ ୧୬.୩୯ କୋଟିର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି।