www.samajalive.in
Friday, December 12, 2025
17.1 C
Bhubaneswar

ବାସବରାଜ ସିପିଆଇ(ମାଓବାଦୀ) ସଂଗଠନ ମୁଖ୍ୟ

ନୂଆଦିଲ୍ଲୀ : ନିଷିଦ୍ଧ ଘୋଷିତ ସିପିଆଇ (ମାଓବାଦୀ)ର ନେତୃତ୍ୱ ପରିବର୍ତ୍ତନ ଘଟିଛି। ଗଣପତି ଓରଫ ମୁପାଲ୍ଲା ଲକ୍ଷ୍ମଣ ରାଓଙ୍କ ସ୍ଥାନରେ ବାସବରାଜ ଓରଫ ନାମ୍ବାଲ୍ଲା କେଶବ ରାଓ ସଂଗଠନର ସାଧାରେଣ ସମ୍ପାଦକ ଭାବେ ଦାୟିତ୍ୱ ଗହଣ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍‍ ବିଜ୍ଞପ୍ତି ବୁଧବାର ବସ୍ତରଠାରେ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଗଣପତି ବୟସାଧକ୍ୟ(୭୧) ଯୋଗୁଁ ପଦ ଛାଡ଼ିଥିବା ଜଣାପଡ଼ିଛି। ଗତ ପଲିଟିବ୍ୟୁରୋ ବୈଠକରେ ନିଜେ ଗଣପତି ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ବାସବରାଜଙ୍କ ନାମ ଘୋଷଣା କରିଥିଲେ। ୬୩ ବର୍ଷୀୟ ବାସବରାଜ ଏହା ପୂର୍ବରୁ ସଂଗଠନର କେନ୍ଦ୍ରୀୟ ସାମରିକ କମିସନ ମୁଖ୍ୟ ଦାୟିତ୍ୱରେ ଥିଲେ। ଗତ ସାଢ଼େ ତିନି ଦଶନ୍ଧି ଧରି ସେ ମାଓବାଦୀ ସଂଗଠନ ସହିତ ଜଡ଼ିତ। ବାସବରାଜଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ଜିଆନାପେଟ୍‍ଠାରେ। ସେ ସଂଗଠନରେ ବିସ୍ଫୋରକ ସାମଗ୍ରୀ ତଥା ରଣକୌଶଳ ବିଶେଷଜ୍ଞ ଭାବେ ପରିଚିତ। ବାସବରାଜ ୱାରାଙ୍ଗଲ ଏନ୍‍ଆଇଟିରୁ ଇଞ୍ଜିନିୟରିଂ ଶିକ୍ଷାଲାଭ କରିଛନ୍ତି। ୨୦୧୦ ଦାନ୍ତେୱାଡ଼ା ବିସ୍ଫୋରଣ ପଛରେ ତାଙ୍କର ହାତ ଥିଲା। ଏଥିରେ ୭୬ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏଭଳି ବହୁ ବଡ଼ ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତ ଥିବା ପ୍ରକାଶ। ଏହି ପଦୋନ୍ନତି ସହିତ ବାସବରାଜ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାର ଶୀର୍ଷକୁ ଉଠିଛନ୍ତି। ତାଙ୍କ ମୁଣ୍ଡ ପାଇଁ ସରକାରଙ୍କ ପକ୍ଷରୁ ଅଢ଼େଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories