www.samajalive.in
Thursday, December 11, 2025
14.1 C
Bhubaneswar

୩୦୦କୋଟି ଡଲାର ସହାୟତା ହରାଇଲାଣି ପାକିସ୍ତାନ

ୱାଶିଂଟନ : ପାକିସ୍ତାନ ଇତି ମଧ୍ୟରେ ଆମେରିକାଠାରୁ ୩୦୦କୋଟି ଡଲାର ସୁରକ୍ଷା ସହାୟତା ହରାଇଲାଣି। ଆତଙ୍କବାଦ ଦମନରେ ବିଫଳତାକୁ ନେଇ ଆମେରିକା ବିଭିନ୍ନ ଆର୍ଥିକ ବର୍ଷରେ ପାକିସ୍ତାନକୁ ଦେବାକୁ ଥିବା ସୁରକ୍ଷା ସହାୟତା ହ୍ରାସ କରିବାରେ ଲାଗିଛି। ଏହି ସବୁ ଅର୍ଥକୁ ହିସାବ କଲେ ପାକିସ୍ତାନ ମୋଟ ୩୦୦ କୋଟି ଡଲାର ସହାୟତା ହରାଇଲାଣି। ପାକିସ୍ତାନକୁ ହ୍ରାସ କରାଯାଇଥିବା ଏହି ଏହି ସହାୟତା ପରିମାଣ ୧୩୦ ହେବ ବୋଲି ଆମେରିକା ପ୍ରଶାସନ ପୂର୍ବରୁ ଆକଳନ କରିଥିଲା। ଆତଙ୍କବାଦ ଦମନକୁ ନେଇ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ ଟ୍ୱିଟର ମାଧ୍ୟମରେ ତର୍କ ହୋଇଥିଲା। ଟ୍ରମ୍ପ କହିଥିଲେ ଯେ ଆତଙ୍କବାଦ ଦମନ ପାଇଁ ଆମେରିକା କୋଟି କୋଟି ଡଲାର ସହାୟତା ନେଇଥିବାବେଳେ ପାକିସ୍ତାନ ଏହାର ଦୁରୁପଯୋଗ କରିଛି। ଅନ୍ୟପଟେ ଇମ୍ରାନ କହିଥିଲେ ଯେ ଆତଙ୍କବାଦ ଦମନ ପାଇଁ ପାକିସ୍ତାନ ୧୨,୩୦୦ କୋଟି ଡଲାର ଖର୍ଚ୍ଚ କରିଥିବା ବେଳେ ଆମେରିକା ମାତ୍ର ୨୦୦୦ କୋଟି ଡଲାର ସହାୟତା ଦେଇଛି। ସେହିପରି ଆତଙ୍କବାଦ ଯୋଗୁଁ ପାକିସ୍ତାନ ୭୫ ହଜାର ଲୋକଙ୍କ ଜୀବନ ହରାଇଛି। ଆମେରିକାର କହିବା ଅନୁଯାୟୀ ଆତଙ୍କବାଦ ଦମନ ପାଇଁ ପାକିସ୍ତାନକୁ ଏହା ୧୫ବର୍ଷ ମଧ୍ୟରେ ୩୩୦୦କୋଟି ଡଲାର ସହାୟତା ଦେଇଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories