www.samajalive.in
Sunday, December 14, 2025
16.1 C
Bhubaneswar

ଭଉଣୀଙ୍କୁ କ’ଣ କହିଲେ ଇମ୍ରାନ ?

ସମାଜଲାଇଭ ଡେସ୍କ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ଗୁଜବ ଉପରେ ଜବନିକା ପଡ଼ିଛି। ଶେଷରେ ଜେଲ ଅଡିଆଲା ଜେଲ କର୍ତ୍ତୃପକ୍ଷ ମଙ୍ଗଳବାର ଇମ୍ରାନଙ୍କ ଭଉଣୀ ଉଜମା ଖାନୁମଙ୍କୁ ତାଙ୍କ ସହିତ ଭେଟିବାକୁ ଅନୁମତି ଦେଇଛନ୍ତି। ଏହା ପରେ ଉଜମା ନିଜ ଭାଇ ଇମ୍ରାନଙ୍କୁ ଜେଲ ଭିତରେ ଭେଟିଛନ୍ତି। ତେବେ ଏହି ସାକ୍ଷାତ ସମୟରେ ଇମ୍ରାନ ନିଜ ଭଉଣୀଙ୍କୁ କ’ଣ କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପାକିସ୍ତାନୀ ଗଣମାଧ୍ୟ ଡନ୍‌ ସୂଚନା ଅନୁସାରେ, ଉଜମା ଯେତେବେଳେ ଜେଲ ଭିତରକୁ ପ୍ରବେଶ କଲେ, ସେତେବେଳେ ପିଟିଆଇ ସମର୍ଥକମାନେ ବାହାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଜମା ଜେଲରୁ ଫେରିବା ପରେ ପିଟିଆଇ ୟୁଏସଏ ପକ୍ଷରୁ ତାଙ୍କ ବିବୃତିକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଇମ୍ରାନଙ୍କ ସ୍ବାସ୍ଥ୍ୟ ସୁସ୍ଥ ରହିଛି ବୋଲି ଏଥିରେ କୁହାଯାଇଛି। ତେବେ ସାକ୍ଷାତ ସମୟରେ ଇମ୍ରାନ ଭଉଣୀଙ୍କୁ କହିଛନ୍ତି ଯେ, ଜେଲ ଭିତରେ ତାଙ୍କୁ ବହୁ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ଅସିମ ମୁନିର ଏସବୁ ପାଇଁ ଦାୟୀ।

- Advertisement -

ଉଜମା କହିଛନ୍ତି ଯେ, ଇମ୍ରାନଙ୍କୁ ଦିନସାରା ଗୋଟିଏ ଘରେ ବନ୍ଦୀ କରି ରଖାଯାଉଛି। ଅତି ସ୍ବଳ୍ପ ସମୟ ପାଇଁ ବାହାରକୁ ଅଣାଯାଉଛି। କାହା ସହିତ କଥାବାର୍ତ୍ତା କରିବାର ସୁଯୋଗ ଦିଆଯାଉ ନାହିଁ। ସେ ଇମ୍ରାନଙ୍କ ସହିତ ପ୍ରାୟ ୩୦ ମିନିଟ କଥା ହୋଇଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories