ଭାରତରେ ସାବୁନ୍‌ର ବିଜ୍ଞାପନ କରୁଥିଲେ ଇମରାନ୍‌ ଖାନ୍‌

0

ନୂଆଦିଲ୍ଲୀ:  ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ରାଜନେତା ଇମ୍ରାନ ଖାନ୍‌ ଅଗଷ୍ଟ ୧୪ ତାରିଖ  ପୂର୍ବରୁ  ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ପାରନ୍ତି ।  ଇମରାନ୍‌ଙ୍କ ପାକିସ୍ତାନ- ତେହେରୀକ-ଇ-ଇନସାଫ୍‌ ପାର୍ଟି ୧୧୫ଟି ଆସନ ଜିତିଛି । ତାଙ୍କୁ ଆହୁରି ୨୨ ଜଣଙ୍କର ସମର୍ଥନର ଆବଶ୍ୟକତା ରହିଛି । ବିଭିନ୍ନ ଛୋଟ ଦଳ ଓ ସ୍ୱାଧୀନ ନିର୍ବାଚିତ ସଦସ୍ୟଙ୍କ ଠାରୁ ସେ ସମର୍ଥନ ପାଇବେ ବୋଲି ଆଶା କରାଯାଉଛି ।

ଇମରାନ୍‌ ଖାନ୍‌ଙ୍କୁ ଭାରତରେ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । ନିର୍ବାଚନ  ସମୟରେ ସେ ଭାରତ ବିରୋଧି ମନ୍ତବ୍ୟ ଦେଇଥିବାରୁ ଅନେକ ଲୋକ ତାଙ୍କୁ ପସନ୍ଦ କରନ୍ତି ନାହିଁ । ତେବେ ଅଶୀ ଦଶକରେ ସେ ବେଶ୍‌ ଲୋକପ୍ରିୟ ଥିଲେ । ୧୯୮୩-୮୪ ମସିହାରେ ପାକିସ୍ତାନ କ୍ରିକେଟ ଦଳ ଭାରତକୁ ଆସିଥିଲା । ସେହି ସମୟରେ ପାକିସ୍ତାନ ଦଳ ଯୁଆଡେ ଯାଉଥିଲା ଲୋକମାନେ ଇମରାନ୍‌ ଖାନଙ୍କୁ ଘେରି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା । ବିଶେଷ କରି ଯୁବତୀମାନେ ତାଙ୍କୁ ଘେରି ଯିବା ସହ ଅଟୋଗ୍ରାଫ ନେଉଥିଲେ । ଏହାପରେ ଭାରତରେ ନିର୍ମିତ ସିନ୍ଥୋଲ ସାବୁନର ବିଜ୍ଞାପନ ଅଫର ତାଙ୍କୁ ମିଳିଥିଲା । ସେ ଏହି ବିଜ୍ଞାପନକୁ ବି ଭାରତରେ ସୁଟିଂ କରିଥିଲେ । ସେହି ସମୟରେ ବଲିଉଡ୍‌ର ସୁପରଷ୍ଟାର ବିନୋଦ ଖାନ୍ନା ବି ସିନ୍ଥୋଲର ବିଜ୍ଞାପନ କରିଥିଲେ । ଇମରାନ୍‌ କରିଥିବା ବିଜ୍ଞାପନରେ ସେ ଏକ ଷ୍ଟାଡିୟମରେ ବୋଲିଂ କରୁଥିବାର ଦୃଶ୍ୟ ରହିଥିଲା ।

ଇମରାନ୍‌ ଖାନ୍ ଅନ୍ୟ ଏକ ସଫ୍ଟ ଡ୍ରିଙ୍କର ବିଜ୍ଞାପନ ବି ସୁନୀଲ ଗାଭାସ୍କରଙ୍କ ସହ କରିଥିଲେ ।

ଆଲେଖ୍ୟ-ଜିତ୍‌ ପଟ୍ଟନାୟକ

ତଳେ ସେହି ବିଜ୍ଞାପନର ଭିଡିଓ ଅଛି

Leave A Reply