www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୀତି ଘୋର ସଙ୍କଟର ସମ୍ମୁଖୀନ ହେବ : ଆଇଏମ୍‍ଏଫ୍‍

ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ୨୦୨୦ରେ ବିଶ୍ୱ ଅର୍ଥନୀତି ଘୋର ସଙ୍କଟର ସମ୍ମୁଖୀନ ହେବ। କରୋନା ଭୂତାଣୁ ସଂକ୍ରମଣ ପୂର୍ବରୁ ବିଶ୍ୱ ଅର୍ଥନୀତିରେ ମନ୍ଥରତା ଦେଖାଦେଇଥିଲା ଓ ୨୦୨୦ରେ ଏହା ଆହୁରି ଅଧିକ ମନ୍ଥର ହୋଇପଡ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‍ଏଫ୍‍) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ବିଶ୍ୱବ୍ୟାଙ୍କ୍‍ର ବାର୍ଷିକ ବୈଠକର ଉନ୍ନୟନ କମିଟି ଆଲୋଚନାରେ ଉଦବୋଧନ ଦେଇ ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଏକ ବୃହତ୍‍ ଆନ୍ତର୍ଜାତିକ ଅର୍ଥନୈତିକ ମନ୍ଥରତାକୁ ଏଡ଼ାଯାଇ ପାରିବ ନାହିଁ। ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ମନ୍ଥରତା ଦେଇ ଗତି କରୁଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ବିଶ୍ୱବ୍ୟାପୀ ହେବାଦ୍ୱାରା ଏହା ଆହୁରି ଅଧିକ ଦୁର୍ବଳ ହୋଇପଡ଼ିଛି। ଏହା ସାଙ୍ଗକୁ ବାଣିଜ୍ୟ ବିବାଦ, ନୀତି ନିର୍ଦ୍ଧାରଣରେ ଅନିଶ୍ଚିତା ଓ ଭୂ-ରାଜନୈତିକ ଉତ୍ତେଜନା ଏହାକୁ ଆହୁରି ଅଧିକ ଖରାପ କରିଛି।

ଶ୍ରୀମତୀ ଜର୍ଜିଏଭା କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ଭଳି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା ଓ ଏହା ବହୁ ବିକାଶମୁଖୀ ଦେଶଗୁଡ଼ିକର ଅର୍ଥନୀତିଜ୍ଞମାନଙ୍କ ପାଇଁ ନୀତି ନିର୍ଦ୍ଧାରଣରେ ବଡ଼ ବଡ଼ ଚ୍ୟାଲେଞ୍ଜ୍‍ ଆଣିଦେଇଛି। ପୂର୍ବରୁ ଭୂତାଣୁ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଚୀନ୍‍, ଦକ୍ଷିଣ କୋରିଆ ଓ ଇଟାଲୀ ଭଳି ଦେଶଗୁଡ଼ିକ ଉତ୍ପାଦନ କ୍ଷେତ୍ରରେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହା ବିଶ୍ୱ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି। ସେ କହିଛନ୍ତି, କରୋନା ଭୂତାଣୁରେ ଯେପରି ଅଧିକ ଲୋକ ପ୍ରାଣ ନ ହରାଇବେ, ତାହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ଭୂତାଣ ସଂକ୍ରମଣ ବ୍ୟାପିବାକୁ ରେକିବାପାଇଁ ବିଶ୍ୱର ନୀତି ନିର୍ଦ୍ଧାଣକାରୀମାନେ ସବୁ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories