ଆଇଏମଏର ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱ ଗ୍ରହଣ
ସମ୍ବଲପୁର – ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ସମ୍ବଲପୁର ଶାଖାର ବାର୍ଷିକ ନିର୍ବାଚନ ରବିବାର ସ୍ଥାନୀୟ ମୋଦିପଡା ସ୍ଥିତ ଆଇଏମଏ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପର୍ଯ୍ୟବେକ୍ଷକ ରୂପେ ରାଜ୍ୟ ଶାଖାର ଉପ ସଭାପତି ଡା. ସୁବଳ କର ଯୋଗ ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ଡା. ରମାବଲ୍ଲଭ ମିଶ୍ର ନିର୍ବାଚନ ଅଧିକାରୀ ରୂପେ ନିର୍ବାଚନ ପରିଚାଳନା କରିଥିଲେ । ଆୟୋଜିତ ଏହି ନିର୍ବାଚନରେ ୨୦୨୨ – ୨୩ ବର୍ଷ ପାଇଁ ସଭାପତି ରୁପେ ଡା. ବିନୋଦ ବିହାରୀ ନାୟକ, ସମ୍ପାଦକ ରୂପେ ଡା. ଦୀପକ କୁମାର ପାଣିଗ୍ରାହୀ, ଉପ ସଭାପତି ରୂପେ ଡା. ସୁଶୀଳ କୁମାର ଶର୍ମା, ଡା. ପ୍ରମୋଦ ପୁରୋହିତ, ଯୁଗ୍ମ ସମ୍ପାଦକ ରୂପେ ଡା. ସଞ୍ଜୀବ କୁମାର ମିଶ୍ର, ଡା. ସୌମ୍ୟ ରଞ୍ଜନ ପାତ୍ର ଏବଂ ଏକାଡେମୀକ ସମ୍ପାଦକ ରୂପେ ଡା. ପ୍ରଭାସ ଦେବତା ନିର୍ବାଚିତ ହୋଇଛନ୍ତି । ଏତଦବ୍ୟତୀତ କାର୍ଯ୍ୟକାରୀ ସମିତିରେ ୧୧ ଜଣ ଏବଂ ପ୍ରାଦେଶିକ କାର୍ଯ୍ୟକାରୀ ସମିତ ପାଇଁ ୨ ଜଣ ସଦସ୍ୟ ଙ୍କ ମନୋନୀତ କରାଯାଇଛି । ବିଦାୟୀ ସମ୍ପାଦକ ଡା. ସୁନୀଲ କୁମାର ଶର୍ମା ସମସ୍ତ ନୂତନ ସଦସ୍ୟ ଙ୍କୁ ସ୍ୱାଗତ କରିଥିଲେ ।
Comments are closed.