www.samajalive.in
Thursday, December 11, 2025
14.1 C
Bhubaneswar

ସୁସ୍ଥ ଅଛନ୍ତି ୩ ୟୁକେ ଫେରନ୍ତା, ଅନ୍ୟ କାହାକୁ କରିନାହାନ୍ତି ସଂକ୍ରମିତ; ଓଡ଼ିଶାର ସ୍ଥିତି ଠିକ୍ ଅଛି: ଆଇଏଲଏସ ନିର୍ଦେଶକ ଅଜୟ ପରିଡା

ଭୁବନେଶ୍ବର: ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ, ହେଲେ ଓଡ଼ିଶାକୁ ସେହି ସ୍ଥିତି ଆସି ନାହିଁ। ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ସେଥିମଧ୍ୟରୁ ୪ଟି ରାଜ୍ୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ପକ୍ଷରୁ ୪ଟି ରାଜ୍ୟର ସିକ୍ୱେନ୍ସିଂ କରାଯାଉଥିଲା। ଗତ ଡିସେମ୍ବର ମାସରେ ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା। ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି। ଏବଂ ସେମାନେ ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୨୦ଟି ନମୂନା ଆଇଏଲଏସରେ ଟେଷ୍ଟ କରାଯାଇଥିଲା ବୋଲି ନିର୍ଦେଶକ ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।

ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି ଏବଂ ପୁନଃ ସଂକ୍ରମଣ ହାର ବୃଦ୍ଧି ପାଇଛି; ଯାହା ୧:୧ ରୁ ୧:୫ ହୋଇ ଯାଇଛି। କିନ୍ତୁ ଏନ୍ ୪୪୦କେ ଭେରିଏଣ୍ଟ ଏତେଟା ମାରାତ୍ମକ ନୁହେଁ । ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ ଚିହ୍ନଟ ହୋଇଛି। କିନ୍ତୁ ଓଡ଼ିଶାରେ ପରିସ୍ଥିତି ଠିକ୍ ଅଛି। ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ। କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ, ତାହା ଅଧ୍ୟୟନ କଲେ ଜଣାପଡ଼ିବ। ଆସନ୍ତା ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ ୩୨୦ଟି ନମୂନା ଟେଷ୍ଟ କରାଯିବ। ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନ ଥିବା ଜଣା ପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ। ଦୈନିକ ୧୦,୫୦୦ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଉଛି। ଜାନୁଆରୀ ଓ ଫେବୃୟାରୀର ଜେନୋମ୍‌ ସ୍ବିକେନ୍ସ ଏନ୍‌ଆଇଭି ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ ବୋଲି ଆଇଅଲଏସର ନିର୍ଦେଶକ ଅଜୟ ପରିଡା ପ୍ରକାଶ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories