www.samajalive.in
Monday, December 15, 2025
15.1 C
Bhubaneswar

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅନତିଦୂରରେ ଡାକ୍ତରଙ୍କ ବେଆଇନ ନର୍ସିଂ ହୋମ : ତଦନ୍ତ ଦାବୀ

ଦେବଗଡ଼ : ଦେବଗଡ ଜିଲାରେ ନକଲି ଡାକ୍ତର କ୍ଲିନିକ ଖୋଲି ଗିରଫ ହେବା କିଛି ନୂଆଁକଥା ନୁହେଁ । କିଛିଦିନ ପୂର୍ବେ ଏଭଳି ଘଟଣାରେ ଦେବଗଡ ଥାନା ପୁଲିସ ୨ ଜଣ ଅଣ ଓଡିଆ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିସାରିଛି । ମାତ୍ର ଜଣେ ଅସଲି ଡାକ୍ତର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅନତି ଦୂରରେ ଏକ ଭଡାଘରେ ବେଆଇନ ନର୍ସିଂ ହୋମ୍ ଖୋଲି ରୋଗୀ ଚିକିତ୍ସା କରିବା ଏବଂ ବିକ୍ରୀପାଇଁ ନିଷିଦ୍ଧ (ବିକ୍ରି ପାଇଁ ନୁହେଁ ଉଲ୍ଲେଖ ଥିବା) ଔଷଧ ବିକ୍ରୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଏକ ଘଟଣା ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗ୍ରାମରେ ଦେଖିବାକୁ ମିଳୁଛି । ତେବେ ଛତାବର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଜ୍ଞାତ ସାରରେ ସମ୍ପୃକ୍ତ ବେଆଇନ ନର୍ସିଂ ହୋମ୍ ଚାଲିଥିବା ଏବଂ ଏଭଳି ବେଆଇନ କାର୍ଯ୍ୟ ପଛରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ପରୋକ୍ଷ ସମର୍ଥନ ରହିଥିବାରୁ ଏହାକୁ ପରିଚାଳନା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅନତି ଦୂରରେ ଜଣେ ଆୟୁଷ ଡାକ୍ତର ବେଆଇନ ଭାବେ ନର୍ସିଂ ହୋମ୍ ଚଳାଇ ଆସୁଛନ୍ତି । ଉକ୍ତ ନର୍ସିଂ ହୋମରେ ସମ୍ପୃକ୍ତ ଡାକ୍ତର ଜଣକ କେବଳ ରୋଗୀ ମାନଙ୍କର ଚିକିତ୍ସା ଯେ କରୁଛନ୍ତି ତାହା ନୁହେଁ, ବରଂ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା(ବିକ୍ରୀ ପାଇଁ ନୁହେଁ ଉଲ୍ଲେଖ ଥିବା) ଔଷଧକୁ ମଧ୍ୟ ଚଢା ଦରରେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ, ସେଠାରେ ଏକାଧିକ ଶଯ୍ୟା (ପଟା ଖଟ) ପକାଇ ରୋଗୀ ମାନଙ୍କୁ ଏଡମିଟ୍ କରିବାସହ ସାଲାଇନ ଇତ୍ୟାଦି ସାହାଯ୍ୟରେ ସେମାନଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଡାକ୍ତର ଜଣକ ସେହି ବେଆଇନ ନର୍ସିଂହୋମରେ ଏକ ଅନ୍ଧାରୁଆ କୋଠରୀ ମଧ୍ୟରେ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ଅପରେସନ ମଧ୍ୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଫଳରେ ରୋଗୀ ମାନଙ୍କର ଜୀବନର ସୁରକ୍ଷା ନେଇ ନାନା ନାନା ଆଶଙ୍କା ଦେଖାଦେଇଛି । ତେବେ ଏ ସମ୍ପର୍କରେ ଛତାବର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଶ୍ରୀକାନ୍ତ ବିଶିଙ୍କ ମତାମତ ଲୋଡିବାରୁ ସେ କିଛି ନଜାଣିଲା ଭଳି ଅଭିନୟ କରିବାସହ ଏନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିବା ଉତ୍ତର ଦେଇଥିଲେ । ସେହିପରି ଏଣୁତେଣୁ କଥା କହି ପ୍ରଶ୍ନକୁ ଏଡାଇବାକୁ ଚେଷ୍ଟା କରିଥିଲେ । ତେବେ ଦୀର୍ଘଦିନ ହେଲା ନାକତଳେ ଏଭଳି ବେଆଇନ ନର୍ସିଂ ହୋମ ଚାଲିଥିବା ବେଳେ କେହି କିଭଳି ଜାଣି ପାରିଲେ ନାହିଁ ସେନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏନେଇ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାଧନା ଦାଶଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନଥିବା ଉତ୍ତର ଦେବାସହ ସେ ଆସନ୍ତା କାଲି ଯାଇ ଦେଖିବେ ବୋଲି ପ୍ରକାଶ କରିଛନ୍ତି । ତେବେ ସେ ଯାହା ହେଉନା କାହିଁକି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories