www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନରେ ତିନି ହଜାର ବର୍ଷ ପୁରାତନ ମନ୍ଦିର ସ୍ଥଳରେ ଚାଲିଛି ବେଆଇନ ନିର୍ମାଣ

ପେଶାୱାର (ପାକିସ୍ତାନ): ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶର ମୋନଶେରାଠାରେ ଥିବା ୩ ହଜାର ବର୍ଷର ପୁରାତନ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ଆରମ୍ଭ ହୋଇଛି ବେଆଇନ ନିର୍ମାଣ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ବାସ କରୁଥିବା ହିନ୍ଦୁ ସମୁଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ନ୍ୟୁଜ ଇଂଟରନ୍ୟାସନାଲ ସୂତ୍ରରୁ ଜଣାଯାଇଛି ଯେ ଉକ୍ତ ହିନ୍ଦୁ ଉପାସନା ସ୍ଥଳର ଧାର୍ମିକ, ଐତିହାସିକ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ରହିଥିଲେ ମଧ୍ୟ ଏବେ ତାହାର ସ୍ଥିତି ପ୍ରତି ବିପଦ ଦେଖାଦେଇଛି। କାରଣ ସରକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ସଂପ୍ରତି ବେଆଇନ ନିର୍ମାଣ ଆରମ୍ଭ ହୋଇଛି। ଜଣାଯାଇଛି ଯେ ମନ୍ଦିରର ଅନତି ଦୂରରେ ପାଇଖାନା ନିର୍ମାଣ କରାଯାଉଛି, ଯଦ୍ଦ୍ୱାରା ମନ୍ଦିରର ପବିତ୍ରତା, ଐତିହାସିକ ଏବଂ ସ୍ଥାପତ୍ୟଗତ ଗୁରୁତ୍ୱ ପ୍ରତି ବିପଦ ଦେଖାଦେଇଛି। ସେଠାକାର ହିନ୍ଦୁ ସମୁଦାୟ ପେଶାୱାର ହାଇକୋର୍ଟର ଅବୋଟ୍ଟାବାଦ ପୀଠ ନିକଟରେ ଏ ସମ୍ପର୍କରେ ଆବେଦନ କରିବା ପରେ ପୀଠ ତାହାର ଶୁଣାଣି ପାଇଁ ଗ୍ରହଣ କରି ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ସାଇବର ପାଖତୁନଖ୍ୱା ସରକାରଙ୍କ ବୈଷୟିକ ଦଳ ଆଗାମୀ କିଛିଦିନ ମଧ୍ୟରେ ଉକ୍ତ ସ୍ଥାନ ଗସ୍ତକରି ସମସ୍ତଙ୍କ ସହିତ ଆଲୋଚନା କରି ତାହାର ସମାଧାନ କରିବେ ବୋଲି କୁହାଯାଇଛି। ଅଲ୍‍ ପାକିସ୍ତାନ ହିନ୍ଦୁ ରାଇଟ୍ସ ମୁଭମେଣ୍ଟର ଅଧ୍ୟକ୍ଷ ହାରୁନ ସାରାବ ଦିୟାଲ କହିଛନ୍ତି ଯେ ହିନ୍ଦୁ ସମୁଦାୟ ଏହି ପ୍ରସଙ୍ଗ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ମନ୍ଦିରର ପବିତ୍ରତା ବଜାୟ ରଖିବା ସକାଶେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି। ତେବେ ସରକାରୀ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହିତ ବିଚାରକୁ ନେଇନାହାନ୍ତି। ସେ କହିଛନ୍ତି ସେଠାରେ ଥିବା ମାନଶେରା ଶିବ ମନ୍ଦିର ପାକିସ୍ତାନରେ ଅନ୍ୟତମ ସର୍ବପୁରାତନ ହିନ୍ଦୁ ମନ୍ଦିର ଅଟେ। ତାହା ଚିତ୍ତି ଗତି ନାମରେ ସୁପରିଚିତ। ମନ୍ଦିରରେ ପୂଜା ପାଉଥିବା ଶିବ ଲିଙ୍ଗ ଧଳା ମାର୍ବଲରେ ନିର୍ମିତ ହୋଇଛନ୍ତି। ମହା ଶିବରାତ୍ରି ଦିନ ପାକିସ୍ତାନର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି ଏବଂ ଏହାର ଯଧେଷ୍ଟ ଧାର୍ମିକ ଗୁରୁତ୍ୱ ରହିଛି। ବିଦେଶରୁ ଧାର୍ମିକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ମନ୍ଦିର ଦର୍ଶନରେ ଆସିଥାନ୍ତି। ଇତିମଧ୍ୟରେ ପ୍ରତ୍ନତାତ୍ତ୍ୱିକ ଏବଂ ସଂଗ୍ରହାଳୟ ନିର୍ଦ୍ଦେଶକ ଅବଦୁଲ ସମଦ ମଧ୍ୟ ସେଠାରେ ନିର୍ମାଣକୁ ବେଆଇନ ଏବଂ ଆଇନର ବିରୁଦ୍ଧାଚରଣ କରୁଥିବା ଦର୍ଶାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories