www.samajalive.in
Saturday, December 6, 2025
26.1 C
Bhubaneswar

୨୭ ବର୍ଷ ତଳେ ନିତିଶଙ୍କ ସଭାରେ ଭାଷଣ ଦେଇଥିବା ୭ ବର୍ଷର ପିଲା ଏବେ ବିହାରର ପ୍ରଶାସନିକ ଅଧିକାରୀ

ପାଟନା: ଆଜକୁ ୨୭ ବର୍ଷ ତଳର କଥା। ନିତିଶ କୁମାରଙ୍କର ଏକ ସଭାରେ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ଜଣେ ସାତ ବର୍ଷ ବୟସର ବାଳକ। ଏବେ ସେ ବିହାର ପାହ୍ୟାର ଜଣେ ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି। ବିହାର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ତାଙ୍କୁ ଖୁବଶୀଘ୍ର ରାଜ୍ୟ ସରକାର ନିଯୁକ୍ତି ଦେବେ। ଏହି ବ୍ୟକ୍ତିଜଣକ ହେଉଛନ୍ତି ଅମନ କୁମାର।
୧୯୯୪ରେ ଅନୁଷ୍ଠିତ ନିର୍ବାଚନରେ ନିତିଶ କୁମାର ବିହାରର ବାରହ୍‍ ଲୋକସଭା ଆସନରୁ ର୍ନିବାଚିତ ହେବାପରେ ତାଙ୍କର ବିଜୟ ଉତ୍ସବ ପାଳନ କରିବାକୁ ପାଟାନର ମୋକମା ସହରର ମାରାଞ୍ଚି ଅଞ୍ଚଳରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନ୍ୟମାନଙ୍କ ସହିତ ଅମନ ମଧ୍ୟ ଭାଷଣ ଦେଇଥିଲେ। ସେତେବେଳେ ସେ ଥିଲେ ଦ୍ୱିତୀୟ ବର୍ଷର ଛାତ୍ର। କିନ୍ତୁ ତାଙ୍କ ଭାଷଣ ସମସ୍ତଙ୍କୁ ଚକିତ କରିଦେଇଥିଲା। ନିତିଶ କୁମାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ନିତିଶ କୁମାର ଅଟଳ ବିହାରୀ ବାଜପାୟୀଙ୍କ ସରକାରଙ୍କରେ ରେଳ ମନ୍ତ୍ରୀ ହୋଇଥିଲେ। ଅମନ କୁମାରଙ୍କ ବାପା ସଞ୍ଜୟ କୁମାର ଜଣେ ଚାଷୀ। ଅମନଙ୍କର ଜଣେ ଭାଇ ଓ ଜଣେ ଭଉଣୀ ମଧ୍ୟ ଅଛନ୍ତି। ସେ ଚଣ୍ଡିଗଡରେ ସଫ୍ଟୱେର ଇଞ୍ଜିନିୟରିଂ ପଢିବା ପରେ ଏକ ବୃହତ କମ୍ପାନୀରେ ଚାକିରି କରିଥିଲେ। କିନ୍ତୁ କେନ୍ଦ୍ର୍ରୀୟ ଲୋକସେବା ଆୟୋଗ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିଲେ। ଇତିମଧ୍ୟରେ ସେ ୨୦୧୭ରେ ବିହାର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇଥିଲେ। ସେଥିରେ ସେ ଉତ୍ତୀର୍ଣ୍ଣ ହୋଇ ୧୬୧ ର୍ୟାଙ୍କ ପାଇଛନ୍ତି। ମୋଟ ୩୭୯୯ ଜଣ ସାକ୍ଷାତକାର ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୫୪ ଜଣ କୃତକାର୍ଯ୍ୟ ହୋଇଥିଲେ। ଏବେ ଅମନ ରାଜ୍ୟରେ ଜଣେ ପ୍ରଶାସନିକ ଅଧିକାରୀ ପାହ୍ୟାରେ ନିଯୁକ୍ତି ପାଇବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories