www.samajalive.in
Sunday, December 7, 2025
26.1 C
Bhubaneswar

ଆଫଗାନ-ପାକିସ୍ତାନ ସୀମାନ୍ତରେ ରହୁଛି ଅଲ୍‍ କାଏଦା ମୁଖ୍ୟ

କରାଚୀ: ଅଲ୍‍ କାଏଦା ନେତା ଐମନ୍‍ ଅଲ ଜୱାହାରି ଜୀବିତ ଅଛି ଏବଂ ସେ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ରହୁଥିବା ବିଶ୍ୱାସ କରାଯାଉଛି। କିନ୍ତୁ ସମ୍ଭବତଃ ସେ ଅସୁସ୍ଥ ହୋଇପଡିଛି ଏବଂ ବାହାରକୁ ବାହାରିବାକୁ ଭୟ କରୁଥାଇପାରେ ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି। ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ସହିତ ସଂପର୍କ ରଖିଥିବା ବହୁ ସଂଖ୍ୟକ ଅଲ୍‍ କାଏଦା ଯୋଦ୍ଧା ଏବଂ ଅନ୍ୟ ବିଦେଶୀ ଆତଙ୍କିଙ୍କୁ ଆଫଗାନିସ୍ତାନର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି।
ଜାତିସଂଘର ଆନାଲିଟିକାଲ ସପୋର୍ଟ ଆଣ୍ଡ ସାଙ୍କସନ୍ସ ମନିଟରିଂ ଟିମ୍‍ ତାହାର ଦ୍ୱାଦଶ ରିପୋର୍ଟରେ କହିଛି ଯେ ଅଲ୍‍ କାଏଦା ନେତୃତ୍ୱ ଏବଂ ଏହାର ଅଧିକାଂଶ ସଦସ୍ୟ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ବାସ କରିବା ସହିତ ଭାରତୀୟ ଭୂଖଣ୍ଡରେ ଆତଙ୍କରାଜ ଚଳାଉଥିବା ଅଲ୍‍ କାଏଦା ସଂଗଠନ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଜଣାଯାଇଛି ଯେ ଅଲ୍‍ କାଏଦାର ସବୁଠାରୁ ଘାତକ ସଦସ୍ୟମାନେ ମୁଖ୍ୟତଃ ଆଫଗାନି ନୁହନ୍ତି। ସେମାନେ ହୁଏତ ଉତ୍ତର ଆଫ୍ରିକା ନତୁବା ମଧ୍ୟପ୍ରାଚ୍ୟର ନାଗରିକ ବୋଲି ଜଣାଯାଇଛି। ଜାତିିସଂଘ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଉପମହାଦେଶରେ ଆତଙ୍କରାଜ ଚଳାଉଥିବା ଅଲ୍‍ କାଏଦା ଗୋଷ୍ଠୀ କାନ୍ଦାହାର, ହେଲମଣ୍ଡ ଏବଂ ନିମରୁଜ ପ୍ରଦେଶରେ ଥିବା ତାହାର ମୁଖ୍ୟମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ଗୋଷ୍ଠୀରେ ଆଫଗାନ ଏବଂ ପାକିସ୍ତାନ ନାଗରିକମାନେ ରହିଛନ୍ତି। ସେମାନଙ୍କ ସହିତ ବାଂଲାଦେଶ, ଭାରତ ଓ ମ୍ୟାଁମାରର କିଛି ନାଗରିକ ଥିବା ମଧ୍ୟ ଜଣାଯାଇଛି। ଭାରତୀୟ ଭୂଖଣ୍ଡରେ ଅଲ୍‍ କାଏଦାର ସଂପ୍ରତି ନେତୃତ୍ୱ ନେଉଛି ଓସାମା ମାହମୁଦ ଏବଂ ସେ ଅସିମ ଉମର ସ୍ଥାନ ନେଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories