୨୦୪୬ ସୁଦ୍ଧା ଶୂନ୍ୟ ନିର୍ଗମନକାରୀ ହେବାକୁ ଇଣ୍ଡିଆନ୍‌ ଅଏଲ୍ ଲକ୍ଷ୍ୟ

ଉପଲବ୍ଧ ହେବ ଆଉ ୧୦୦ ଇଭି ଚାର୍ଜିଂ ଷ୍ଟେସନ
ଭୁବ‌େ‌ନଶ୍ବର, : ପ୍ରଦୂଷଣକୁ ନେଇ ସମଗ୍ର ବିଶ୍ବ ଚିନ୍ତାପ୍ରକଟ କରୁଛି। ଗ୍ରୀନ୍ ଏନର୍ଜୀ ବା ସବୁଜ ଶକ୍ତିକୁ ଏବେ ଗୁରୁତ୍ବ ଦିଆଯାଉଛି। ଇଣ୍ଡିଆନ୍ ଅଏଲ ମଧ୍ୟ ଏ ଦିଗରେ ବିଭିନ୍ନ ପଦକ୍ଷେପ ନେଇଛି। ବର୍ଷ ୨୦୨୩କୁ ‘ସବୁଜ ସଂକଳ୍ପ ସୁଦୃଢ଼ୀକରଣ’ ବର୍ଷ ଭାବରେ ଘୋଷଣା କରିଛି ଇଣ୍ଡିଆନ୍ ଅଏଲ। ନୂତନ ସବୁଜ ପ୍ରୟାସ ଜରିଆରେ ୨୦୪୬ ସୁଦ୍ଧା ଶୂନ୍ୟ ନିର୍ଗମନକାରୀ ହେବାକୁ ଇଣ୍ଡିଆନ୍ ଅଏଲ ଲକ୍ଷ୍ୟ ରଖିଥିବା ଇଣ୍ଡିଆନ୍ ଅଏଲ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଏନଏମ ନିମଜେ ସୂଚନା ଦେଇଛନ୍ତି।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନିମଜେ କହିଥିଲେ, ସମ୍ପ୍ରତି ରାଜ୍ୟରେ ଇଣ୍ଡିଆନ ଅଏଲ୍‌ର ୧୫୨ଟି ବିଦ୍ୟୁତଚାଳିତ ଯାନ (ଇଭି) ଚାର୍ଜିଂ ଷ୍ଟେସନ ରହିଛି। ଆଗାମୀ ଆର୍ଥିକ ବର୍ଷରେ ଆଉ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ଉପଲବ୍ଧ କରାଯିବ। ସେହିପରି ଇଣ୍ଡିଆନ ଅଏଲ୍‌ର ୧୯ଟି ରିଟେଲ ବିକ୍ରୟ କେନ୍ଦ୍ରରେ ସିଏନ୍‌ଜି ସୁବିଧା ଏବେ ରହିଛି। ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଶାରେ ଏହି ସଂଖ୍ୟାରେ ଆଉ ୮ଟି ଯୋଡ଼ିହେବ। ଜୈବ ଇନ୍ଧନର ମିଶ୍ରଣ (ବାୟୋଫୁଏଲ ବ୍ଲେଣ୍ଡିଂ), ସବୁଜ ଉଦ୍‌ଯାନ (ଗ୍ରୀନ ହାଇଡ୍ରୋଜେନ)କୁ ପ୍ରୋତ୍ସାହିତ କରି ଆମଦାନୀ କରାଯାଉଥିବା ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରୁଛୁ ଏବଂ ବିଦ୍ୟୁତଚାଳିତ ଯାନବାହନ ପାଇଁ ବ୍ୟାଟେରୀ ପ୍ରଚଳନ ଦିଗରେ କାର୍ଯ୍ୟ କରୁଥିବା ସେ କହିଥିଲେ। ଶ୍ରୀ ନିମ୍‌ଜେ ୯୯୨୬ କୋଟି ଟଙ୍କାର ବିଭିନ୍ନ ଇଣ୍ଡିଆନ ଅଏଲ୍‌ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରକଳ୍ପଗୁଡ଼ିକ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଗାମୀ ଆର୍ଥିକ ବର୍ଷରେ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ। ସେହିଭଳି ଇଣ୍ଡିଆନ ଅଏଲ୍‌ ଦ୍ୱାରା ବିକଶିତ ଏକ୍ସପି-୯୫, ଏକ୍ସପି-୧୦୦, ଏକ୍ସଟ୍ରା ଗ୍ରୀନ୍‌ ଏବଂ ଅନ୍ୟାନ୍ୟ ପରିବେଶ ଉପଯୋଗୀ ଲୁବ୍ରିକାଣ୍ଟ ଭଳି ସବୁଜ ଉତ୍ପାଦ ଉପରେ ସେ ଗୁରୁତ୍ବ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଜିଏମ୍‌ (ସିସି ପ୍ଲାନିଂ ଆଣ୍ଡ କୋ-ଅର୍ଡିନେସନ) ଓଡିଏସ୍‌ଓ ସୁସ୍ମିତା ତ୍ରିପାଠୀ ଏବଂ ଜିଏମ୍‌ (ସିସି) ଇଆର୍‌ କ୍ରିଷ୍ଣେନ୍ଦୁ ‌ଚୌଧୁରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.