ରସିକିଆ ଆଇଆଇସିଙ୍କ ପ୍ରେମଲୀଳା, ଖୋର୍ଦ୍ଧାରୁ ଧରିଲା ପୁଲିସ

ଡେସ୍କ: ପୁଲିସକୁ ବାନ୍ଧିଲା ପୁଲିସ। ଏମିତି ଘଟଣା ଘଟିଛି ଜଗତସିଂହପୁରରେ। ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ଅଧିକ ଦିନ ଲୁଚି ରହିପାରିଲାନି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ପୀଡିତ ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ।

ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଖୋର୍ଦ୍ଧା ନିକଟରୁ ଧରିଥିବା ଜଣାପଡିଛି। ଏବେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯାଉଥିବା ଜଣାପଡିଛି। ପୀଡିତା ହୋମଗାର୍ଡ ଡାକ୍ତରୀ ମଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଶୁଣିବାକୁ ମିଳିଛି।

Comments are closed.