BJD Bijuli 480×75 Mob

ଆଇଜିଆଇ ବିଶ୍ୱର ସର୍ବଶ୍ରେଷ୍ଠ ବିମାନ ବନ୍ଦର

BJD Bijuli 480×75 Mob
0

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବିମାନ ବନ୍ଦର ପରିଷଦ (ଏସିଆଇ) ପକ୍ଷରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର (ଆଇଜିଆଇ)କୁ ବିଶ୍ୱର ସର୍ବଶ୍ରେଷ୍ଠ ବିମାନ ବନ୍ଦର ଘୋଷଣା କରାଯାଇଛି । ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତି ବର୍ଷ ୪କୋଟିରୁ ଅଧିକ ଯାତ୍ରୀଙ୍କୁ ବିମାନ ଯାତ୍ରା ସୁବିଧା ଯୋଗାଇ ଆସୁଛି । ସେହିପରି ମୁମ୍ବଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦର ଗ୍ରାହକ ଅନୁଭବ ମାମଲାରେ ବିଶ୍ୱର ସର୍ବଶ୍ରେଷ୍ଠ ବିମାନ ବନ୍ଦରର ମାନ୍ୟତା ପାଇଛି । ଏସିଆଇ ପକ୍ଷରୁ ୧୭୬ ଦେଶର ୧,୯୫୩ ବିମାନ ବନ୍ଦରକୁ ନେଇ ସର୍ବେକ୍ଷଣ କରାଯିବା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସର୍ବକ୍ଷଣରେ ବିମାନ ବନ୍ଦର ଗୁଣାବତ୍ତାର ୩୪ଟି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କୁ ନେଇ ବିମାନ ଯାତ୍ରୀମାନେ ଦେଇଥିବା ମତାମତକୁ ମାପଦଣ୍ଡ ଭାବେ ନିଆଯାଇଥିଲା । ଉଲ୍ଲେଖ ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ଦେଶର ସବୁଠୁ ବଡ଼ ବିମାନ ବନ୍ଦର । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ମୁମ୍ବଇର ଛତ୍ରପତି ଶିବାଜୀ ଆର୍ନ୍ତର୍ଜାତିକ ବିମାନ ବନ୍ଦର ଓ ତୃତୀୟ ସ୍ଥାନରେ ବେଙ୍ଗାଲୁର ଆନ୍ତର୍ଜାତିକ ବିମାନ ବନ୍ଦର ରହିଛି । ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରର ୩ଟି ରନୱେ ଓ ୩ଟି ଟର୍ମିନାଲ ରହିଛି । ଟର୍ମିନାଲ ୩ ବିଶ୍ୱର ସବୁଠୁ ବଡ଼ ଯାତ୍ରୀ ଟର୍ମିନାଲ ଅଟେ ।

Leave A Reply