www.samajalive.in
Wednesday, December 10, 2025
16.1 C
Bhubaneswar

ଦର୍ଶକଙ୍କ ବିନା ଆୟୋଜନ କରନ୍ତୁ ଆଇପିଏଲ୍ : କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିସିସିଆଇ ସମେତ ଅନ୍ୟ ନ୍ୟାସନାଲ କ୍ରିକେଟ୍ ଫେଡେରେସନକୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭୂତାଣୁ(ଭାଇରସ୍) ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି ମ୍ୟାଚ୍ ଖେଳାଯିବା ଉଚିତ୍। ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଯଦି ବିସିସିଆଇ ଆଇପିଏଲ୍ ଆୟୋଜନ କରେ, ତେବେ ଦର୍ଶକଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ହେବ।
ଆଇଏଏନଏସ୍ ସହିତ ଏକ ବାର୍ତ୍ତାଳାପରେ କ୍ରୀଡ଼ା ସଚିବ ରାଧେ ଶ୍ୟାମ ଜୁଲାନିଆ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏପରି କିଛି ଖେଳ ଅଛି ଯାହାକୁ କିଛି ଦିନ ପାଇଁ ଘୁଞ୍ଚାଯାଇ ପାରିବ ନାହିଁ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ ଆୟୋଜନ କରାଯିବା ଉଚିତ୍ ଏବଂ ଦର୍ଶକଙ୍କ ବିନା ଏହି ମ୍ୟାଚର ଆୟୋଜନ ହେବ।
କ୍ରୀଡ଼ା ସଚିବ କହିଛନ୍ତି ଯେ, ’ବିସିସିଆଇ ସମେତ ସମସ୍ତ ଜାତୀୟ କ୍ରୀଡ଼ା ସଙ୍ଗଠନକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀ ଏବଂ ପରାମର୍ଶ ପାଳନ କରିବାକୁ କୁହାଯାଇଛି। କୌଣସି ସାଧାରଣ ସଭାକୁ ଏଡ଼ାଇବାକୁ ଆମେ ସେମାନଙ୍କୁ ମଧ୍ୟ କହିଛୁ ଏବଂ ଯଦି କୌଣସି କ୍ରୀଡା ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ବନ୍ଦ ଦ୍ୱାର ମଧ୍ୟରେ ଥିବା ଖାଲି ଷ୍ଟାଡିୟମରେ ଏହା କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories