www.samajalive.in
Tuesday, December 9, 2025
15.1 C
Bhubaneswar

ଆଇଏମ ଆତଙ୍କବାଦୀଙ୍କ ଧମକ; କାଉଡ଼ିଆ ମୁସଲିମ ଅଞ୍ଚଳ ଦେଇ ଗଲେ ଉଡ଼ାଇ ଦେବୁ ବରେଲି ଷ୍ଟେସନ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ) କାଉଡ଼ିଆ ଯାତ୍ରାକୁ ନେଇ ଧମକ ଦେଇଛି। ଏନେଇ ଆଇଏମ ସଂଗଠନର ଜଣେ ଏରିଆ କମାଣ୍ଡରର ଧମକ ପୂର୍ଣ୍ଣ ଚିଠି ମିଳିଛି।
ଏହି ଚିଠିରେ ଧମକ ଦିଆଯାଇଛି ଯେ କାଉଡ଼ିଆ ଉତ୍ତରପ୍ରଦେଶର ମୁସଲିମ ବହୁଳ ଅଞ୍ଚଳ ଦେଇ ଗଲେ ବରେଲି ସହରସ୍ଥିତ ରେଳ ଷ୍ଟେସନକୁ ବୋମା ଖଞ୍ଜି ଉଡ଼ାଇ ଦିଆଯିବ। ଚଠି ଶେଷରେ ମୁନେ ଖାନ ଓରଫ ମୁଲାହ, ଇଣ୍ଡିଆନ ମୁଜାହିଦ୍ଦିନ ଏରିଆ କମାଣ୍ଡର ଲେଖାଯାଇଛି। ଏହି ଚିଠି ବରେଲି ରେଳ ଷ୍ଟେସନର ସୁପରିଟେଣ୍ଡେଣ୍ଟ ସତ୍ୟବିର ସିଂହଙ୍କ ନିକଟକୁ ଆସିଛି। ଧମକପୂର୍ଣ୍ଣ ଚିଠି ମିଳିବା ପରେ ବରେଲି ରେଳ ଷ୍ଟେସନ ଭିତରେ ଏବଂ ବାହାରେ ସୁରକ୍ଷା ବଢାଇ ଦିଆଯାଇଛି। ଏହାସହ ସାଧା ପୋଷାକରେ ପୁଲିସ୍‍ କର୍ମୀଙ୍କୁ ମୁତୟନ କରାଯାଇଛି। ବରେଲି ଜିଆରପି ଏସଏଚଓ କୃଷ୍ଣା ଅଭତାର ସୂଚନା ଦେଇଛନ୍ତି ଯେ ଷ୍ଟେସନକୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ପୁଲିସ୍‍ କର୍ମୀଙ୍କୁ ଷ୍ଟେସନ ଭିତରେ ଓ ବାହାରେ ମୁତୟନ କରାଯାଇଛି। କାଉଡ଼ିଆ ଯାତ୍ରା ଦୃଷ୍ଟିରୁ ବରେଲି ଷ୍ଟେସନକୁ ଅତିସମ୍ବେଦନଶୀଳ ଘୋଷିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories