ନୂଆଦିଲ୍ଲୀ: ଚଳିତ ବର୍ଷର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ମୁତାବକ ଦିନ ୩ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ results.cisce.org ୱେବସାଇଟରେ ନିଜ ଫଳାଫଳ ଦେଖିପାରିବେ। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍ ହାର ୯୯%ରୁ ଅଧିକ ରହିଛି। ରାଜ୍ୟରେ ୧୦ମ ଶ୍ରେଣୀର ପାସ୍ ହାର ୯୯.୯୮% ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯.୮୩% ପାସ୍ ହାର ରହିଛି।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ। ଇଣ୍ଟରନାଲ ପରୀକ୍ଷା ନମ୍ବର ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯାଇଛି।



