ଟଙ୍କା ରଖିଲେ ଏବେ ମିଳିବ ଅଧିକ ସୁଧ
ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର । ଏଣିକି ଗ୍ରାହକ ମାନଙ୍କୁ ଅଧିକ ସୁଦ୍ଧ ଦେବ ବ୍ୟାଙ୍କ । ଏନେଇ ବ୍ୟାଙ୍କ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି । ବ୍ୟାଙ୍କର କହିବା ଅନୁସାରେ ଏଣିକି ଆଇସିଆଇସିଆଇ ବ୍ୟାଙ୍କରେ ଯେଉଁ ଗ୍ରାହକ ମାନେ ଫିକ୍ସ ଡିପୋଜିଟ୍ ରଖିବେ ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ସୁଧ ଦେବ ବ୍ୟାଙ୍କ । ବ୍ୟାଙ୍କ କହିଛି କି ୨କୋଟିରୁ ୫କୋଟି ମଧ୍ୟରେ ଡିପୋଜିଟ୍ କରୁଥିବା ଗ୍ରାହକଙ୍କୁ ଅଧିକ ସୁଧ ଦିଆଯିବ । ଏହି ବର୍ଦ୍ଧିତ ସୁଧ ଏପ୍ରିଲ ୧୪-୨୦୨୨ରୁ ଲାଗୁ କରାଯାଇଛି । ଯେଉଁ ଗ୍ରାହକ ମାନେ ୧ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଫକ୍ସ ଡିପୋଜିଟ୍ କରିବେ ସେମାନଙ୍କୁ ଏହି ସୁବିଧା ମିଳିବ । ତାହା ସହ ଏହି ଡିପୋଜିଟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ସୁଧ ହାର ରହିଛି । ଡିପୋଜିଟ୍ ଆଧାରରେ ବ୍ୟାଙ୍କ ସୁଧ ଦେବ ବୋଲି ସୂଚନା ଦେଇଛି ।
Comments are closed.