www.samajalive.in
Monday, December 15, 2025
17.1 C
Bhubaneswar

ଆଇସିସି ଟ୍ବେଣ୍ଟି୨୦ ମାନ୍ୟତା: ୨ୟ ସ୍ଥାନରେ ଭାରତ, ୩କୁ ଖସିଲେ ରାହୁଲ

ଦୁବାଇ: ବିରାଟ କୋହଲି ନେତୃତ୍ବାଧିନ ଭାରତୀୟ କ୍ରିକେଟ ଦଳ ଆଇସିସି ଟେଷ୍ଟ ମାନ୍ୟତାର ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଟ୍ବେଣ୍ଟି୨୦ରେ ୨ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଟ୍ବେଣ୍ଟି୨୦ ମାନ୍ୟତାରେ ଭାରତ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ୩-୨ରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ୩ୟ ସ୍ଥାନକୁ ଖସି ଆସିଥିବା ବେ​‌େ​‌ଳ ଭାରତ ୨ୟ ସ୍ଥାନକୁ ଉଠିଛି। ଭାରତ ନିକଟରୁ ଅଷ୍ଟ୍ରେଲିଆ ଆଉ ମାତ୍ର ୧ ପଏଣ୍ଟ ପଛରେ ରହିଛି। ଅନ୍ୟପକ୍ଷରେ ୭ ପଏଣ୍ଟ ସହ ଇଂଲଣ୍ଡ ୧ ନମ୍ବର ସ୍ଥାନରେ ରହିଛି। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ବିଜୟୀ ହେଲେ ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବ। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ମାନ୍ୟତାର ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ୧ ନମ୍ବର ସ୍ଥାନରେ ଥିବା ଭାରତର ଲୋକେଶ ରାହୁଲ ୩ୟ ସ୍ଥାନକୁ ଖସି ଆସିଛନ୍ତି। ବିରାଟ କୋହଲି ୬ନଂର ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ୧୦ମ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍‌ଟିଲ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୮ମ ସ୍ଥାନରେ ପହଞ୍ଚିଛନ୍ତି। ଆଫଗାନିସ୍ତନର ମହମ୍ମଦ ନବି ଟ୍ବେଣ୍ଟି୨୦ ଅଲରାଉଣ୍ଡର ମାନ୍ୟତାରେ ୧ନଂ ସ୍ଥାନରେ ଥିବାବେଳେ ବୋଲିଂରେ ରସିଦ୍‌ ଖାଁ ୧ ନମ୍ବର ସ୍ଥାନରେ ରହିିଛନ୍ତି। ଅଷ୍ଟ୍ରେଲିଆ ସ୍ପିନର ଆଷ୍ଟନ୍‌ ଏଗାର ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୪ମ ସ୍ଥାନରେ ପହଞ୍ଚିଥିବା ବେଳେ ନ୍ୟୁଜିଲାଣ୍ଡ ସ୍ପିନର ଇସ୍‌ ସୋଢ଼ି ୮ମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ସ୍ପିନର ଲକ୍ଷଣ ସନ୍ଦକନ୍‌ ୯ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories