www.samajalive.in
Sunday, December 14, 2025
19.1 C
Bhubaneswar

ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ: ବ୍ୟକ୍ତିଗତ ହାଜର ହେବେ ଉଚ୍ଚଶିକ୍ଷା ସଚିବ

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଳଂଘନ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ଅଦାଲତ ଅବମାନନା ମାମଲାର ଶୁଣାଣି କରି ମାର୍ଚ୍ଚ ୧୭ରେ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟ‌ର କର୍ମଚାରୀ ଭାବେ ଚିତ୍ତରଂଜନ ତ୍ରିପାଠୀ ଓ ଉଦିତ କୁମାର ପାଣିଗ୍ରାହୀ କାର୍ଯ୍ୟ କରୁଥିଲେ। ଅଭିଯୋଗ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏଭଳି ନି‌ର୍ଦ୍ଦେଶକୁ ଚାଲେଞ୍ଜ କରି ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୪, ଅଗଷ୍ଟ ୩୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ଦୁଇ ଆବେଦନକାରୀଙ୍କୁ ଚାକରିରେ ପୁନଃଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ଉଭୟ ଆବେଦନକାରୀଙ୍କ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଆବେଦନକାରୀଙ୍କୁ ଚାକିରିରେ ପୁଣି ଅବସ୍ଥାପିତ କରାଯାଇଥିଲା। କିନ୍ତୁ ବକେୟା ପ୍ରାପ୍ୟ ସେମାନଙ୍କୁ ମିଳି ପାରି ନଥିଲା। ଉଭୟ ବକେୟା ପ୍ରାପ୍ୟ ପାଇବା ପାଇଁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଦୁଇ ଆବେଦନକାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୁପାରିସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରସଂଗରେ କୌଣସି ପଦକ୍ଷେପ ନେଇ ନଥିଲା। ଆବେଦନକାରୀ ହାଇକୋର୍ଟରେ ଦୁଇଟି ପୃଥକ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ ଉଚ୍ଚଶିକ୍ଷା ବିଭାଗ ବକେୟା ପ୍ରାପ୍ୟ ପାଇବାକୁ ଆବେଦନକାରୀ ହକଦାର ନୁହେଁ ବୋଲି ୨୦୧୯, ଜୁନ ୨୫ରେ ନିର୍ଦ୍ଦେଶନାମା ଜାରି କରିଥିଲା। ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଜି ମାମଲା ଶୁଣାଣି ସମୟରେ ଦର୍ଶାଯାଇଥିଲା ଏଭଳି ପ୍ରସଂଗକୁ ଖଣ୍ଡପୀଠ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories