www.samajalive.in
Tuesday, December 9, 2025
15.1 C
Bhubaneswar

ଟି୨୦ ମାନ୍ୟତା : ୨ୟ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ ଶେଷ ହୋଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ସର୍ବାଧିକ ରନ୍‌ ସ୍କୋରର ରହିଥିଲେ। ସେ ମୋଟ ୮୩୮ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଓପନର ମହମ୍ମଦ ରିଜ୍‌ୱାନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଓପନର ଲୋକେଶ ରାହୁଲ ୧୩ଶ, ତାରକା ଖେଳାଳି ବିରାଟ କୋହଲି ୧୪ତମ ଓ ଅଧିନାୟକ ରୋହିତ ଶର୍ମା ୧୬ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଡେଭନ କନ୍‌ୱେ ବର୍ତ୍ତମାନ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଚମତ୍କାର ବ୍ୟାଟିଂ କରିବା ସହିତ ମାନ୍ୟତାରେ ଉପରକୁ ଉନ୍ନୀତ ହୋଇଛନ୍ତି। କନ୍‌ୱେ ବାଂଲାଦେଶ ବିପକ୍ଷରେ ୭୦, ପାକିସ୍ତାନ ବିପକ୍ଷରେ ୪୯ରନ କରିଥିଲେ। ସେ ୭୬୦ ପଏଣ୍ଟ ସହ ୫ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡର ଦାୱଦ ମାଲାନ ୭୨୬ ପଏଣ୍ଟ ପାଇ ୬ଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଆଇଡାନ ମାର୍କରାମ ୭୭୭ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ ୮୦୮ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ସେହିପରି ଦିନିକିଆ ମାନ୍ୟତାରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୭ତମ ଓ ଅଧିନାୟକ ରୋହିତ ଶର୍ମା ୮ମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିନଥିବା ବିରାଟ ଓ ରୋହିତଙ୍କ ମାନ୍ୟତାରେ ଅଭିବୃଦ୍ଧି ହୋଇନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅଧିନାୟକ ରହିଥିବା ଶିଖର ଧାୱନ ୧୭ତମ ସ୍ଥାନକୁ ଖସି ଆସିଛନ୍ତି। ଧାୱନ ଖରାପ ବ୍ୟାଟିଂ ପାଇଁ ୧୧ତମ ସ୍ଥାନରୁ ୧୭ତମ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ ଶ୍ରେୟାସ ଆୟାର ୩୩ ଓ ସଞ୍ଜୁ ସାମସନ ୯୩ତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ୪ଟି ୱିକେଟ ନେଇଥିବା କୁଳଦୀପ୍ ଯାଦବ ବୋଲିଂ ମାନ୍ୟତାରେ ୨୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଯଶପ୍ରୀତ ବୁମ୍‌ରା ୧୦ ଓ ଯୁଜୁବେନ୍ଦ୍ର ଚହଲ ୨୦ତମ ସ୍ଥାନରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories