ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ସମ୍ପର୍କରେ ଆଲୋଚନାଚକ୍ର
ଭୁବନେଶ୍ୱର : ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ପକ୍ଷରୁ ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁନମ୍ ଗୁହା, ଏସଜେ ଡ଼େଭଲପର୍ସ ଆଣ୍ଡ୍ ହାଉସିଂ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ମିତ୍ର ଦତ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାରେ ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେଫରାହ ଖାନ ତାଙ୍କ ଅଭିଜ୍ଞତା ଜୁଏଲାରୀ ଡ଼ିଜାଇନ୍ରେ ସୁଯୋଗ ଏବଂ ଘଟୁଥିବା ବିଭିନ୍ନ ଉଦ୍ଭାବନ ଏବଂ ସୃଜନଶୀଳତା ବାଣ୍ଟିଥିଲେ। ଗୋନାସିକା ଫୁଡ୍ସର ପ୍ରତିଷ୍ଠାତା ସୁଚେତା ମହାନ୍ତି ଖଟେଇ, ପ୍ରତିଷ୍ଠାତା ଗୋନାସିକା ଓ ଓଟିଡ଼ିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଅଭିନେତ୍ରୀ ପ୍ରକୃତି ମିଶ୍ର, ଓପରୀ କିଚେନ୍ର ମାଲିକ ବିନିତା ସୁବୁଦ୍ଧି ଯୋଗଦେଇ ଅଧିବେଶନରେ ଆଲୋଚନା କରିଥିଲେ। ଆଇସିସି ଓଡ଼ଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେବି ପାଣି, ଓଡ଼ିଶା ରାଜ୍ୟ ପରିଷଦର ସହ-ଚେୟାରମ୍ୟାନ୍ ଏମକେ ଗୁପ୍ତା, ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ସଦସ୍ୟଙ୍କ ସୃଷ୍ଟି ହୋଇଥିବା ଅନେକ ଉଦ୍ୟୋଗୀ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା କାଉନ୍ସିଲ୍ର ଆଂଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ୍ ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ଓଡ଼ିଶାର ଉଦ୍ୟୋକ୍ତା ସୁକିର୍ତ୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସୁକୀର୍ତ୍ତୀ ପଟ୍ଟନାୟକ କହିଛନ୍ତି ଯେ ଫରାହ ଖାନ୍ ଜଣେ ଉଚ୍ଚ ପ୍ରୋଫାଇଲ୍ ଗହଣା ଡ଼ିଜାଇନର୍, ଯାହାର ଡ଼ିଜାଇନ୍ ଭାରତ ତଥା ବିଦେଶର ବଲିଉଡ୍ ତାରକାମାନଙ୍କ ମଧ୍ୟରେ ଅନୁଗ୍ରହ ଲାଭ କରିଛି । ଫରାହଙ୍କ ଅଭିଜ୍ଞତା ଓଡ଼ିଶାରେ ଆମର ଡ଼ିଜାଇନ୍ର୍ମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବ ସହ ଉଚ୍ଚସ୍ତରୀୟ ଅଳଙ୍କାର ତିଆରି କରିବା ଏବଂ ବିଶ୍ୱ ବଜାରକୁ ଅନୁସନ୍ଧାନ କରିବ । ଓଡ଼ିଶା ସରକାରଙ୍କ ଅଂଶଗ୍ରହଣ ଆମ ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ଉପଉଦ୍ୟୋକ୍ତା ତନୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଓଡ଼ିଆରେ ସୃଜନଶୀଳତା ଏବଂ ଅଳଙ୍କାର ଡ଼ିଜାଇନ୍ରେ ବୃଦ୍ଧି କରିବା ପାଇଁ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ଏକ ପଦକ୍ଷେପ ବୋଲି ଆଲୋକପାତ କରିଥିଲେ। ପ୍ରୀତି ପଟ୍ଟନାୟକ, କୋର ସଦସ୍ୟ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ଓଡ଼ିଶା ଭୁବନେଶ୍ୱରରେ ଉଚ୍ଚମାନର ଡ଼ିଜାଇନ୍ ଏବଂ ଅଳଙ୍କାର ପ୍ରଦର୍ଶନ କରି ମହିଳାମାନଙ୍କ ପାଇଁ ଏକ ଅନନ୍ୟ କ୍ରୟ ଅଭିଜ୍ଞତା ପ୍ରଦାନ କରିଥିବାରୁ ଫରାହ ଖାନ୍ଙ୍କୁ ଧନ୍ୟବାଦ ଜଣାଇଥିଲେ। ରାସର ପ୍ରତିଷ୍ଠାତା ରଶ୍ମୀ ମହାପାତ୍ର ଏକ ପାରସ୍ପରିକ ଅଧିବେଶନ ପରିଚାଳନା କରିଥିଲେ।
Comments are closed.