www.samajalive.in
Monday, December 15, 2025
27.1 C
Bhubaneswar

ଅକ୍ଟୋବର ୧୮ ସୁଦ୍ଧା ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ

ଦୁବାଇ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ନୂତନ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଭାପତି ପଦ ପାଇଁ ନାମ ପଠାଇବାର ଶେଷତାରିଖ ଅ​‌େ​‌କ୍ଟାବର ୧୮ ରଖାଯାଇଛି। ଏହି ତାରିଖ ସୁଦ୍ଧା ଆଇସିସିର ନିର୍ଦେଶକ ବୋର୍ଡ ନୂତନ ସଭାପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କର ନାମ ପଠାଇବେ। ନୂତନ ନିର୍ବାଚିତ ଅଧ୍ୟକ୍ଷ ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରିବେ। ସୋମବାର ଆଇସିସି ପକ୍ଷରୁ ଉପରୋକ୍ତ ଘୋଷଣା କରାଯିବା ସହ ଆଇସିିସି ଅଧ୍ୟକ୍ଷ ନିର୍ବାଚନ ନେଇ ଥିବା ଦ୍ବନ୍ଦ୍ବ ଓ ଅଚଳାବସ୍ଥାର ଅନ୍ତଃ ଘଟିଛି।
ଏହି ନିର୍ବାଚନ ପ୍ରକ୍ରିୟା ତଦାରଖ କରିବେ ଆଇସିସିର ଅଡିଟ୍‌ କମିଟିର ଅଧ୍ୟକ୍ଷ। ତେବେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ଯଦି ଏକାଧିକ ପ୍ରାର୍ଥୀ ଦୌଡ଼ରେ ରହନ୍ତି; ତେବେ କିପରି ଭାବେ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରାଯିବ; ତାହା ନେଇ ଆଇସିସି କିଛି ସ୍ପଷ୍ଟ କରିନାହିଁ। ତେବେ ଏତିକି ଆଇସିସି ସ୍ପଷ୍ଟକରିଛି ଯେ ଡିସେମ୍ବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯିବ ଏବଂ ଆଇସିସିର ନୂତନ ସଭାପତି ଦାୟିତ୍ବ ଗ୍ରହଣ କରିବେ। ଏହା ସହ ଜଣାଇ ଦିଆଯାଇଛି ଯେ ଆଇସିସିର ସମ୍ବିଧାନ ଅନୁସାରେ ଆଇସିସିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହେବା ଲାଗି ପ୍ରାର୍ଥୀ ବର୍ତ୍ତମାନ କିମ୍ବା ପୂର୍ବରୁ ଆଇସିସିର ନିର୍ଦେଶକ ଦାୟିତ୍ବରେ ରହିଥିବେ। ଉକ୍ତ ପାର୍ଥୀଙ୍କୁ ଆଇସିସିର ନିର୍ଦେଶକ ବୋର୍ଡର ଆଉ ଜ​‌େ​‌ଣ ସମର୍ଥନ କରିବେ। ସୂଚନାଯୋଗ୍ୟ; ବିସିସିଆଇର ପୂର୍ବତନ ସଭାପତି ଥିବା ଶଶାଙ୍କ ମନୋହର ଆଇସିସିର ଅଧ୍ୟକ୍ଷ ପଦରେ ରହିବା ପରଠାରୁ ଭାରତ ପକ୍ଷରୁ ହିଁ ତାଙ୍କୁ ଅଧିକ ସମାଲୋଚନା କରା ଯାଇଥିଲା। ଏପରିକି ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା ଏପରି ମଧ୍ୟ କହିଥିଲେ ଯେ ମନୋହର ଭାରତୀୟ କ୍ରିକେଟ୍‌ ଓ ବିସିସିଆଇର ବହୁତ କ୍ଷତି କରିଛନ୍ତି। ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍ ମଧ୍ୟ ଗତ ୨ ବର୍ଷ ହେଲା ମନୋହରଙ୍କୁ କଟୁ ସମାଲୋଚନା କରିବା ଦେଖିବାକୁ ମିଳିଛି। ଶ୍ରୀନିବାସନ୍ ଅଭିଯୋଗ କରିଥିଲେ ଯେ ମନୋହରଙ୍କ ଯୋଗୁଁ ବିସିସିଆଇ ଆର୍ଥିକ କ୍ଷତି ସହିଛି, ଆଇସିସିରେ ସେ ଭାରତକୁ ନିଚା ଦେଖାଇଛନ୍ତି, ବିଶ୍ବ କ୍ରିକେଟ୍‌ରେ ସେ ଭାରତର ମର୍ଯ୍ୟାଦାକୁ ନ୍ୟୂନ କରିଛନ୍ତି। ୨୦୧୫ରେ କଠିନ ସମୟରେ ସେ ବିସିସିଆଇକୁ ଛାଡ଼ି ଚାଲି ଯାଇଥିଲେ ଏବଂ ଏବେ ଖରାପ ସମୟରେ ମଧ୍ୟ ମନୋହର ଆଇସିସି ଛାଡ଼ି ଚାଲି ଯାଉଛନ୍ତି। ଗତ ଜୁଲାଇରୁ ମନୋହରଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ଏହା ପରଠାରୁ ଇମ୍ରାନ୍ ଖାୱଜା ଆଇସିସିର ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟନିର୍ବାହ କରି ଆସୁଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories