www.samajalive.in
Sunday, December 7, 2025
26.1 C
Bhubaneswar

ବଦଳିଲେ ୪ ଜିଲାର ଜିଲାପାଳ: ରଞ୍ଜନ ଦାସ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅତିରିକ୍ତ ସଚିବ, ଅରିନ୍ଦମ ଡ଼ାକୁଆ ପଞ୍ଚାୟତିରାଜ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ଆଇଏଏସସ୍ତରରେ ଏକ ଅଦଳବଦଳ କରିଛନ୍ତି । ଯାଜପୁର ଜିଲାପାଳ  ରଞ୍ଜନ କୁମାର ଦାସଙ୍କୁ ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ ଦିଆଯାଇଛି । ବଲାଙ୍ଗିର ଜିଲାପାଳ ତଥା ୨୦୧୧ ବ୍ୟାଚ ଆଇଏଏସ୍ ଅରିନ୍ଦମ ଡ଼ାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବରେ ବଦଳି କରାଯାଇଛି। ଅନୁରୂପ ଭାବରେ  ୨୦୧୩ ବ୍ୟାଚ୍ ଆଇଏଏସ୍ ତଥା ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଦାୟିତ୍ୱ ମିଳିଥିବାବେଳେ ମୟୁରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।  ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲାପାଳ ଭାବରେ ଅବସ୍ଥାପିତ କରାଯାଇଛି ।  ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳ  ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ସ୍ୱାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।  ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି । ସେହିପରି  ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦତ୍ତାତ୍ରେୟ ବି ସିଂଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ୨୦୧୮ ବ୍ୟାଚ୍‍ ଆଇଏଏସ୍‍ କିର୍ତୀ ଭାସନ ଗଞ୍ଜାମ ଉପଜିଲ୍ଲାପାଳ ଭାବେ ଓ ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଜେ ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories