ଓଡ଼ିଆ ପୁଅ ପ୍ରମୋଦ କୁମାର ଦେଶର ତୃତୀୟ ପ୍ରଭାବଶାଳୀ ଅଧିକାରୀ

0

ସମ୍ବଲପୁର : ଓଡ଼ିଆ ପୁଅ ତଥା ସମ୍ବଲପୁର ନିବାସୀ ବରିଷ୍ଠ ଆଇଏଏସ ଅଧିକାରୀ ଡ. ପ୍ରମୋଦ କୁମାର ମିଶ୍ର ଦେଶର ତୃତୀୟ ପ୍ରଭାବଶାଳୀ ଅଧିକାରୀ ଭାବେ ଉଭା ହୋଇଛନ୍ତି। ଇଣ୍ଡିଆ ଟୁଡେ ପତ୍ରିକାର ଅପ୍ରେଲ ୧୯ ତାରିଖରେ ପ୍ରକାଶିତ ସଂସ୍କରଣର କଭରଷ୍ଟୋରି (ପ୍ରଚ୍ଛଦ ପ୍ରସଙ୍ଗ)ରେ ପ୍ରକାଶିତ ଖବର ‘ଅଫିସିଆଲ ଟଫ ୧୦ : ହିଡେନ ପାୱାର’ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରଧାନ ସଚିବ ଡ. ପ୍ରମୋଦ କୁମାର ମିଶ୍ର କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ଅଧିକାରୀ ମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ରହିଛନ୍ତି। ମାଗାଜିନ ଅନୁଯାୟୀ ମୋଦି ସରକାରଙ୍କ ଯୋଜନା ଗୁଡିକୁ ଲାଗୁ କରିବାରେ ବରିଷ୍ଠ ଆଇଏସ ଅଧିକାରୀମାନଙ୍କ ବହୁ ଦଖଲ ରହିଥାଏ। ମୋଦି ଗୁଜରାଟର ମୁଖମନ୍ତ୍ରୀ ଥିବା ସମୟରେ ଡ. ମିଶ୍ର ତାଙ୍କର ପ୍ରଧାନ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀତ୍ୱ ସମୟରୁ ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀମାନଙ୍କ ମଧ୍ୟରେ ଡ. ମିଶ୍ର ରହିଆସିଛନ୍ତି। ମୋଦି ସରକାର କ୍ଷମତାକୁ ଆସିବା ପରେ ଟ୍ରାନ୍ସଫର ପୋଷ୍ଟିଙ୍ଗ ରାଜ ପ୍ରଣାଳୀରେ ପାରିଦର୍ଶିତାର ଶ୍ରେୟ ଡ. ମିଶ୍ରଙ୍କୁ ଦିଆଯାଇଥାଏ। କେନ୍ଦ୍ର ସରକାର, ପିଏସୟୁ କ୍ଷେତ୍ର, ବ୍ୟାଙ୍କିଙ୍ଗ, ସୁରକ୍ଷା ଏବଂ ବିଦେଶ ମନ୍ତ୍ରାଳୟର ଗୁରୁତ୍ୱପୁର୍ଣ୍ଣ ପଦପଦବୀ ମାନଙ୍କର ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ ଆଦିରେ ତାଙ୍କର ସିଧାସଳଖ ଦଖଲ ରହିଥାଏ ବୋଲି ମଗାଜିନ ପ୍ରକାଶ କରିଛି। ଏହାସହ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଚାପ ବିହନୀ କରିବାରେ ଡ. ମିଶ୍ରଙ୍କ ଭୂମିକା ରହିଥିବା କୁହାଯାଇଛି ।

Leave A Reply