www.samajalive.in
Saturday, December 6, 2025
14.1 C
Bhubaneswar

ଫ୍ରାନ୍ସରେ ରାଫେଲ ଉଡ଼ାଇଲେ ଏୟାର ମାର୍ଶଲ; କହିଲେ ଏବେ ଶତ୍ରୁଙ୍କୁ ନିଜ ଔକାତରେ ରହିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିୟା ଫ୍ରାନ୍ସ ଗସ୍ତ କରି ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିଛନ୍ତି। ବିମାନ ଉଡ଼ାଣ ପରେ ସେ କହିଛନ୍ତି ଯେ, ରାଫେଲ ଯୁଦ୍ଧ ବିମାନ ଦେଶର ସେନା ପାଇଁ  ବହୁତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ଥରେ ଏହି ବିମାନ ବାୟୁସେନାରେ ସାମିଲ ହୋଇଗଲେ, ରାଫେଲ ଏବଂ ସୁଖୋଇ ଯୋଡ଼ି ଶତ୍ରୁପକ୍ଷର ମୁଣ୍ଡବିନ୍ଧାର କାରଣ ପାଲଟିଯିବ। ଫଳରେ ପାକିସ୍ତାନ ହେଉ ଅବା ଯେକୌଣସି ଶତ୍ରୁରାଷ୍ଟ୍ର, ସେମାନଙ୍କୁ ନିଜ ଔକାତରେ ରହିବାକୁ ପଡ଼ିବ।

ରାଫେଲ ବିମାନ ଉଡ଼ାଣ କରିବାର ଅନୁଭୂତି ବାଣ୍ଟିବା ସମୟରେ ଭଦୌରିୟା କହିଛନ୍ତି, ଏହା ଅତ୍ୟନ୍ତ ସୁଖଦ ଅନୁଭୂତି ଥିଲା। ଏଠାରେ ମୋତେ ଅନେକ କିଛି ଶିଖିବାକୁ ମିଳିଲା। ରାଫେଲ ବାୟୁସେନାରେ ସାମିଲ ହୋଇଗଲା ପରେ ଆମେ ଏହାର ଉତ୍ତମ ବ୍ୟବହାର କରିପାରିବୁ। ସୁଖୋଇ-୩୦ ଯୁଦ୍ଧ ବିମାନ ସହିତ ଏହାର ଯୋଡ଼ି କିପରି ରହିବ ତାହା ମଧ୍ୟ ଦେଖିବୁ।

- Advertisement -

ଥରେ ରାଫେଲ ଏବଂ ସୁଖୋଇ ସେନାରେ ସାମିଲ ହୋଇ ଏକା ସାଥୀରେ କାର୍ଯ୍ୟ କରିବା ଆରମ୍ଭ ହୋଇଗଲେ ପାକିସ୍ତାନ ନିଜର ଖଳ ପ୍ରକୃତି ଦେଖାଇ ପାରିବ ନାହିଁ। ରାଫେଲରେ ଯେଉଁପରି ଟେକ୍‌ନିକ ଏବଂ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି ତାହା ଭାରତ ପାଇଁ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେବ। ଆଗକୁ ଯେଉଁଭଳି ଆକ୍ରମଣାତ୍କମ ମିଶନ ଏବଂ ଯୁଦ୍ଧର ସମ୍ଭାବ୍ୟ ସ୍ଥିତିରେ ଆମେ ଯୋଜନା କରିବାକୁ ଚାହୁଁଛୁ ସେହି ହିସାବରେ ଏହି ଟେକ୍‌ନିକ ଏବଂ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ଉପଯୁକ୍ତ ହେବ।

ସୂଚନାଯୋଗ୍ୟ, ଭାରତ ପ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହାପରେ ୨୦୧୬ ସେପ୍ଟେମ୍ବର ୨୩ରେ ଉଭୟ ଦେଶ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କାରବାର ସମ୍ପର୍କିତ ଚୁକ୍ତି ସ୍ବାକ୍ଷର ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories