www.samajalive.in
Saturday, December 6, 2025
14.1 C
Bhubaneswar

ପନୀର ଫ୍ରାଙ୍କି

ଆବଶ୍ୟକ ସାମଗ୍ରୀ
କୋରା ପନୀର – ୧୦୦ ଗ୍ରାମ
ମଇଦା ଚକଟା – ଆବଶ୍ୟକ ପରିମାଣରେ
ଚକଟା ଆଳୁ – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୨ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
କଟା ବନ୍ଧାକୋବି ଅଳ୍ପ
କୋରା ଗାଜର – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କୋରା ପନୀର, ସିଝା ଆଳୁ, ଲୁଣ, ଲେମ୍ବୁ ରସ, ହଳଦୀ ଗୁଣ୍ଡ, ଆମଚୁର ଗୁଣ୍ଡ, ଚାର୍ଟ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏହାକୁ ଲମ୍ବା ଆକୃତିର କବାବ ଭଳି ହାତରେ କରି ଦିଅନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ତେଲ ଗରମ କରନ୍ତୁ। ତେଳ ଗରମ ହେବା ପରେ କବାବକୁ ତେଲରେ ସେକି ଦିଅନ୍ତୁ। ସେକିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କୋରା ଗାଜର ଓ ବନ୍ଧାକୋବିରେ ଚାର୍ଟ ମସଲା ଓ ଲୁଣ ପକାଇ ଗୋଳାଇ ରଖନ୍ତୁ। ଏହାପରେ ପୁଣି ଗ୍ୟାସରେ ତାୱାରେ ବସାଇ ମଇଦା ଦଳାରୁ ପରଟା ଆକୃତିର ବେଲି ପରଟା ପ୍ରସ୍ତୁତ କରି ଏହାକୁ ଘିଅରେ ନରମ ଭାବେ ସେକନ୍ତୁ। ସେକିବା ପରେ ଏହି ପରଟା ମଧ୍ୟରେ ପ୍ରସ୍ତୁତ କବାକୁ ରଖି ରୋଲ ଆକୃତିର କରନ୍ତୁ। ଏହାଉପରେ ପ୍ରସ୍ତୁତ ସାଲାଡ଼କୁ ଏହି ପରଟା ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ଫ୍ରାଙ୍କି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories