www.samajalive.in
Friday, December 5, 2025
20.1 C
Bhubaneswar

ଆପଣଙ୍କୁ ମକା ଖାଇବାକୁ ପସନ୍ଦ କି? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ମକା ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ବର୍ଷା ଦିନର ଆରମ୍ଭ ହେବା ପରେ ଦୋକାନ ବଜାରରେ ବିକ୍ରି ହେଉଥିବା ମକା ଠେଲା ଗାଡି଼ରେ ନିକଟରେ ଲୋକଙ୍କ ବେଶ ଭିଡ଼ ମଧ୍ୟ ଜମିଥାଏ। ଏହାକୁ କୋଇଲା ଆଞ୍ଚରେ ସେକିକି ହେଉ ଅଥବା ପାଣିରେ ସିଝାଇ ହେଉ ଏହାର ସ୍ୱାଦ ସଭିଁଙ୍କୁ ଖୁବ ଭଲ ଲାଗିଥାଏ। ମକା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ମାତ୍ର ଏହାକୁ ଖାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ସେ ବିଷୟରେ….
ବହୁ ଲୋକେ ମକା ଖାଇବା ପରେ ପାଣି ପିଇଥାଆନ୍ତି। ମାତ୍ର ଏପରି କରିବା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ। ମକା ଖାଇ ପାଣି ପିଇବା ଦ୍ୱାରା ଏହି କ୍ଷତି ହୋଇଥାଏ –
ମକା ଖାଇବା ପରେ ପାଣି ପିଇବା ଦ୍ୱାରା ମକାରେ ଥିବା ପୋଷକ ତତ୍ତ୍ୱ ପାଣିରେ ମିଶିବା ପରେ ପେଟ ଫୁଲିବା ଭଳି ଅନୁଭବ ହେବା ସହ ପେଟ ଯନ୍ତ୍ରଣା ହୋଇଥାଏ। ଏସିଡ଼ିଟି , ବଦହଜମି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏପରି ହେବାର କାରଣ ହେଉଛି ମକା ଖାଇ ପାଣି ପିଇବା ଦ୍ୱାରା ଏହାର କୁପ୍ରଭାବ ଆମ ପାଚନ କ୍ରିୟା ଉପରେ ପଡ଼ିଥାଏ। ପାଚନ ତନ୍ତ୍ର ସଠିକ ଭାବେ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରେ ନାହିଁ। ଫଳରେ ପେଟ ଜନିତ ଏହି ସମସ୍ୟା ସୃଷ୍ଟି ହୁଏ।
ମକା ଖାଇବା ପରେ ୪୫ ମିନିଟ ଯାଏଁ ପାଣି ପିଅନ୍ତୁ ନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories