BJD Bijuli 480×75 Mob

୮ରୁ ଭାରତୀୟ ବାୟୁ ସେନାର ‘ଗଗନ ଶକ୍ତି’ ମହାସମରାଭ୍ୟାସ

BJD Bijuli 480×75 Mob
0

ନୂଆଦିଲ୍ଲୀ : ନିଜର ଯୁଦ୍ଧ ପ୍ରସ୍ତୁତିକୁ ପରଖିବା ପାଇଁ ଭାରତୀୟ ବାୟୁ ସେନା ସବୁଠୁ ବଡ଼ ସମରାଭ୍ୟାସ କରିବାକୁ ଯାଉଛି । ଏହି ସମରାଭ୍ୟାସର ନାମ ‘ଗଗନ ଶକ୍ତି-୨୦୧୮’ ରଖାଯାଇଛି । ଚୀନକୁ ଲାଗିରହିଥିବା ଉତ୍ତର-ପୂର୍ବ ଓ ପାକିସ୍ତାନଗୁ ଲାଗି ରହିଥିବା ପାଶ୍ଚିମ ଓ ଉତ୍ତର ବାୟୁ ସୀମାରେ ଏହି ସମରାଭ୍ୟାସ କରାଯିବ । ଏହି ସମରାଭ୍ୟାସ ଅପ୍ରେଲ ୮ରୁ ଆରମ୍ଭ ହୋଇ ଅପ୍ରେଲ ୨୨ ପର୍ଯ୍ୟନ୍ତ ଚାଲିବ । ଭାରତର ୧,୧୦୦ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଡ୍ରୋନ୍‌ ଏହି ସମରାଭ୍ୟାସରେ ଭାଗ ନେବେ। ସୁଖୋଇ-୩୦ଏମ୍‌କେଆଇ, ମିରେଜ-୨୦୦୦, ଫାଲକନ୍‌ ଆୱାକ୍‌ସ୍‌, ଆଇଏଲ-୭୮, ନୌସେନାର ମିଗ୍‌-୨୯ ଭଳି ବିଭିନ୍ନ ଶ୍ରେଣୀର ଯୁଦ୍ଧ ବିମାନ ଏହି ସମରାଭ୍ୟାସରେ ନିଜ ଶକ୍ତି ପ୍ରଦର୍ଶନ କରିବେ । ପ୍ରଥମ ଥର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ଯୁଦ୍ଧ ବିମାନ ଏଥିରେ ସାମିଲ ହେବେ । ଏହା ପ୍ରତିରକ୍ଷା ଓ ଆକ୍ରମଣ ଉଭୟ ଭୂମିକା ନିର୍ବାହ କରିବ । ଏହି ସମରାଭ୍ୟାସ ଦିବା-ରାତ୍ର ଚାଲିବ ଓ ବାୟୁ ସେନାର ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରାଯିବ । ସମରାଭ୍ୟାସ ନେଇ ଚୀନ ଓ ପାକିସ୍ତାନ ସରକାରଙ୍କୁ ଅବଗତ କରାଇ ଦିଆଯାଇଛି। ଭାରତୀୟ ବାୟୁ ସେନାର ୩୦୦ ଅଧିକାରୀ ଓ ୧୫୦୦ରୁ ଅଧିକ ଏୟାରମ୍ୟାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ସମସ୍ତ ପ୍ରକାରର ପରିସ୍ଥିତି (ମରୁଭୂମି, ସମୁଦ୍ର, ପାର୍ବତ୍ୟାଞ୍ଚଳ)ରେ ବାୟୁ ସେନାର ଯୁଦ୍ଧ ପରିଚାଳନା କ୍ଷମତା ପରଖାଯିବ । କମ୍‌ ସମୟ ମଧ୍ୟରେ ବାୟୁ ସେନା କପରି ଜବାବ ଦେବାରେ ସଫଳ ହେଉଛି, ତାହା ଏହି ସମରାଭ୍ୟାସରୁ ପରଖାଯିବ । ସମରାଭ୍ୟାସ ଅନୁସାରେ ଗୁଜରାଟର ଭୁଜ୍‌ ଅଞ୍ଚଳରୁ ଯୁଦ୍ଧ ବିମାନ ଆସାମ ଅଭିମୁଖେ ଉଡ଼ିବେ ଓ ବୋମା ବର୍ଷଣ କରିବେ । ସେହିପରି ଆସାମରୁ ଯୁଦ୍ଧ ବିମାନ ଗୁଜରାଟ ଅଭିମୁଖେ ଉଡ଼ିବେ ଓ ମରୁଭୂମିରେ ବୋମା ବର୍ଷଣ କରିବେ ।

Leave A Reply