www.samajalive.in
Monday, December 8, 2025
14.1 C
Bhubaneswar

କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀ ରାମପାଲ ଏହି ଗସ୍ତ ଲାଗି ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୁଇ ଅଭିଜ୍ଞ ଡିଫେଣ୍ଡର ସୁନିତା ଲାକ୍ରା ଓ ଦୀପ୍ ଗ୍ରେସ୍ ଏକ୍କା ଏବଂ ମିଡ୍‌ଫିଲ୍‌ଡର ଲିଲିମା ମିଞ୍ଜ୍। ଏହି ୩ ଓଡ଼ିଆ ଖେଳାଳି ବେଶ୍‌ କିଛି ବର୍ଷ ହେଲା ଭାରତୀୟ ଦଳ ପାଇଁ ଖେଳି ଆସୁଛନ୍ତି।
ଗୋଲ୍‌ରକ୍ଷକ ସବିତା ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ୩ ମ୍ୟାଚ୍‌ର ସିରିଜ୍ ମେ’ ୨୦, ୨୨ ଓ ୨୪ରେ ଖେଳାଯିବ। ଜାପାନର ହିରୋସିମାରେ ଆୟୋଜନ ହେବାକୁ ଥିବା ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ ପୂର୍ବରୁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ଲାଗି ଦକ୍ଷିଣ କୋରିଆ ଗସ୍ତର ଆୟୋଜନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ହିରୋସିମାରେ ଜୁନ୍ ୧୫ରୁ ୨୩ ପର୍ଯ୍ୟନ୍ତ ଖେଳାଯିବ। ଚଳିତବର୍ଷ ଭାରତୀୟ ମହିଳା ଦଳ ଜାନୁୟାରୀ-ଫେବୃୟାରୀରେ ସ୍ପେନ୍ ଗସ୍ତରେ ଯାଇଥିଲା। ସେଠାରେ ସ୍ପେନ୍ ଓ ଆୟରଲାଣ୍ଡ ବିପକ୍ଷରେ ଭାରତ ମୋଟ ୬ଟି ମ୍ୟାଚ୍ ଖେଳିଥିଲା। ଏଥିରେ ଥିଲା ୨ଟି ବିଜୟ, ୩ଟି ଡ୍ର ଓ ଗୋଟିଏ ପରାଜୟ। ପରେ ଏପ୍ରିଲରେ ଭାରତୀୟ ମହିଳା ହକି ଦଳ ମାଲେସିଆ ଗସ୍ତରେ ଯାଇଥିଲା। ଏହି ଗସ୍ତରେ ଥିବା ୫ଟି ମ୍ୟାଚ୍ ମଧ୍ୟରୁ ଭାରତ ୪ଟି ଜିତିଥିବା ବେଳେ ଗୋଟିଏ ଡ୍ର ରଖିଥିଲା। ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡେ ମାରିଏନେଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ କିଛିଦିନ ହେଲା ଶିବିରରେ ଭାଗ ନେଇଥିଲା। ସେହି ଶିବିରରୁ ଏହି ୧୮ ଜଣ ଖେଳାଳି ମନୋନୀତ ହୋଇଛନ୍ତି।

ଭାରତୀୟ ଦଳ : (ଗୋଲ୍‌ରକ୍ଷକ) ସବିତା ଓ ରଜନୀ ଏଟିମାର୍ପୁ; (ଡିଫେଣ୍ଡର) ସଲିମା ଟେଟେ, ସୁନିତା ଲାକ୍ରା, ଦୀପ ଗ୍ରେସ୍‌ ଏକ୍କା, କରିଶ୍ମା ଯାଦବ, ଗୁରଜିତ କୌର ଓ ପି. ସୁଶୀଳା ଚାନୁ; (ମିଡ୍‌ଫିଲ୍‌ଡର) ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ନେହା ଗୋୟଲ ଓ ଲିଲିମା ମିଞ୍ଜ୍; (ଫରୱାର୍ଡ) ରାଣୀ ରାମପାଲ (ଅଧିନାୟିକା), ଲାଲ୍‌ରେସମ୍‌ସିଆମି, ବନ୍ଦନା କାଟାରିୟା, ଜ୍ୟୋତି ଓ ନବନୀତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories