www.samajalive.in
Saturday, December 6, 2025
23.1 C
Bhubaneswar

ମନଇଚ୍ଛା ଖାଇବା ଉଚିତ ନୁହେଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍

ସମାଜ ପୋର୍ଟାଲ ଡେସ୍କ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ ଔଷଧକୁ କେବଳ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଖାଇବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଲୋକେ ଏହାକୁ ଖାଇଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ଔଷଧକୁ ମନଇଚ୍ଛା ଖାଇବା ଉଚିତ ନୁହେଁ। ହୃଦରୋଗୀଙ୍କ  କ୍ଷେତ୍ରରେ ଏହା ଆହୁରି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସେ ସୂଚାଇ ଦେଇଛନ୍ତି।

ସେହିଭଳି କୌଣସି ଲକ୍ଷଣ ନ ଥାଇ କରୋନା ସଂକ୍ରମିତ ଚିହ୍ନଟ ହେବା ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଅଗ୍ରୱାଲ୍‍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହା ହେଉଛି କରୋନାର ଅତି ଭୟଙ୍କର ରୂପ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ୩୦ ପ୍ରତିଶତ ଏହିଭଳି ଆକ୍ରାନ୍ତ ଅଛନ୍ତି ବୋଲି ସେ କହିଛନ୍ତି। ତେବେ ଏଭଳି ରୋଗୀଙ୍କଠାରୁ ଅନ୍ୟମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ‘ଦୀକ୍ଷା’ ନାମକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି, ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ତାଲିମ୍‍ ପ୍ରଦାନ କରାଯିବ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ପ୍ରୟାସ ଜାରି ରହିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ହଟ୍‍ସ୍ପଟ୍‍ ଅଞ୍ଚଳ ଚିହ୍ନଟ କରାଯାଇ ସିଲ୍‍ କରାଯାଉଛି ବୋଲି ସେ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories