www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଲକଡାଉନ୍; ଜିଓ ଲଞ୍ଚ କଲା ସ୍ୱତନ୍ତ୍ର ମୋବାଇଲ୍ ଆପ୍, ଘରେ ବସି କରିପାରିବେ ରୋଜଗାର

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଲକ୍ ଡ଼ାଉନକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରିଛି। ଏହି ଆପର ନାମ ହେଉଛି ଜିଓ ପସ୍ ଲାଇଟ((Jio POS Lite))। ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଲୋକମାନେ ଜିଓର ଅଂଶୀଦାର ହୋଇପାରିବେ ଏବଂ ଜିଓ ବ୍ୟବହାରକାରୀଙ୍କ ନମ୍ବରକୁ ରିଚାର୍ଜ କରି କମିଶନ ପାଇପାରିବେ। ଏହି ଆପକୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।
ଜିଓ ପସ୍ ଲାଇଟ (Jio POS Lite Recharge App)
ଲୋକମାନେ ଏହି ଆପ୍ ମାଧ୍ୟମରେ ଜିଓର ଅଂଶୀଦାର ହୋଇ ଅନ୍ୟ ଜିଓ ନମ୍ବରକୁ ରିଚାର୍ଜ କରିପାରିବେ। ଏହାର ପ୍ରତିବଦଳରେ କମ୍ପାନୀ ସେହି ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର କମିଶନ ଦେବ। ଅବଶ୍ୟ, ପୂର୍ବରୁ ଲୋକମାନେ କମ୍ପାନୀର ଆପ୍ ଏବଂ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ଜିଓ ନମ୍ବର ରିଚାର୍ଜ କରୁଥିଲେ, କିନ୍ତୁ ଏହାର ପ୍ରତିବଦଳରେ ସେମାନେ କମିଶନ ପାଉନଥିଲେ।
କମ୍ପାନୀ ପ୍ରତ୍ୟେକ ପାର୍ଟନରଙ୍କୁ ପ୍ରତ୍ୟେକ ରିଚାର୍ଜ ଉପରେ ୪.୧୬ପ୍ରତିଶତ କମିଶନ ଦେବ। ଏହି ଆୟ ବ୍ୟାଙ୍କ ଏବଂ ଇ-ୱାଲେଟରେ ଜମା ହେବ। ଏହା ବ୍ୟତୀତ, ଏହି ମୋବାଇଲ୍ ଆପ୍ ଉପଭୋକ୍ତାମାନଙ୍କୁ ଗତ ୨୦ ଦିନର ରିଚାର୍ଜ ଇତିହାସ ଯାଞ୍ଚ କରିବାର ସୁବିଧା ଦେବ।
ଉପଭୋକ୍ତାମାନେ ଜିଓ ପୋଜ୍ ଲାଇଟରେ ପଞ୍ଜୀକୃତ ହେବା ମାତ୍ରେ ସେମାନଙ୍କୁ ଏକ ଇ-ୱାଲେଟ୍ ସଂଯୋଗ କରିବାକୁ କୁହାଯିବ। ଏଥିରେ ଲୋକମାନେ ୫୦୦ ରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ୟ୍ୟନ୍ତ ପରିମାଣରେ ରଖିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ୧୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ କମ୍ପାନୀ ଆପଣଙ୍କୁ ୪.୧୬ ଟଙ୍କାର କମିଶନ ଦେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories