www.samajalive.in
Monday, December 8, 2025
13.1 C
Bhubaneswar

କ୍ରମାଗତ ତୃତୀୟ ଥର ପାଇଁ ବେଜୋସ୍ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ସ୍ଥାନ କେତେ

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ରହିଛନ୍ତି। ଫୋର୍ବସ୍ ବିଶ୍ୱର ଧନୀ ଲୋକଙ୍କ ୩୪ ତମ ବାର୍ଷିକ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ, ଜେଫ୍ ବେଜୋସଙ୍କର ମୋଟ ସମ୍ପତ୍ତି ୧୧୩ ବିଲିୟନ ଡ଼ଲାର।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏହି ତାଲିକାରେ ୧୭ ତମ ସ୍ଥାନରେ ରହିଛନ୍ତି। ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୪.୩ ବିଲିୟନ ଡ଼ଲାର୍।

- Advertisement -

ଏହି ତାଲିକାରେ ଜେଫ୍ ବେଜୋସଙ୍କ ପୂର୍ବତନ ପତ୍ନୀ ମାକେଞ୍ଜି ବେଜୋସଙ୍କ ନାମ ମଧ୍ୟ ରହିଛି। ସେ ଏହି ତାଲିକାରେ ୨୨ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୩୬ ବିଲିୟନ ଡଲାର।

ଫୋର୍ବସ୍ ତାଲିକାରେ ଏହି ବର୍ଷର ଧନୀମାନଙ୍କର ସମୁଦାୟ ସମ୍ପତି ଆଠ ଟ୍ରିଲିୟନ୍ ଡଲାର। ଗତ ବର୍ଷ ତୁଳନାରେ ଏହା କମ୍। ଫୋର୍ବସ୍ ତାଲିକାରେ ଥିବା ବିଶ୍ବର ସବୁଠାରୁ ଧନୀ ସମସ୍ତ ଲୋକଙ୍କ ମୋଟ ସମ୍ପତ୍ତି ୮.୭ ଟ୍ରିଲିୟନ ଡଲାର।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories