www.samajalive.in
Monday, December 8, 2025
14.1 C
Bhubaneswar

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ବଲିଉଡ୍ କଳାକାରଙ୍କ ସମର୍ଥନ

ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି। ସ୍ଥାନୀୟଲୋକେ ଏନକାଉଣ୍ଟର କରିଥିବା ପୁଲିସଙ୍କ ଉପରେ ଫୁଲ ବର୍ଷା କରି ପ୍ରଶଂସା କରିଥିବା ବେଳେ ମହିଳାମାନେ ରାକ୍ଷୀ ଉତ୍ସବ ପାଳନ କରିଛନ୍ତି। ଏହାକୁ ନେତା, ଅଭିନେତା ସମର୍ଥନ ଜଣାଇ ଥିବା ବେଳେ ଜଣେ ଅଭିନେତ୍ରୀ ସମାଲୋଚନା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତା ଓ ଅଭିନେତ୍ରୀ କ’ଣ ପ୍ରତିକ୍ରିୟା ଦେଇଛନ୍ତି।

ଫିଲ୍ମ ପ୍ରଯୋଜକ ଅଶୋକ ପଣ୍ଡିତ କହିଛନ୍ତି ଯେ, ତେଲେଙ୍ଗାନା ପୁଲିସ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ। ଏଥିପାଇଁ ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରାଯିବ ଉଚିତ୍।

- Advertisement -

ଋିଷି କପୁର ଟୁଇଟ୍ କରି କହିଛନ୍ତି ଯେ, ‘ସାହସୀ ତେଲେଙ୍ଗାନା ପୁଲିସକୁ ମୋର ବଧାଇ’।

ଅଭିନେତା ଅନୁପମ ଖେର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବଧାଇ ଓ ଜୟ ହୋ’। ଏଭଳି ନୃଶଂସ କାଣ୍ଡ ଘଟାଉଥିବା ଅପରାଧିଙ୍କ ବିରୋଧରେ ଭୟଙ୍କର ଦଣ୍ଡା ହେବା ଉଚିତ୍। ଜୟ ହୋ।

ଅଭିନେତ୍ରୀ ରକୁଲ ପ୍ରୀତ ଟୁଇଟ୍ କରିଛନ୍ତି ଯେ, ବଳାତ୍କାର ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇ କେତେ ଦୂର ଖସି ପଳାଇବେ। ତେଲେଙ୍ଗାନା ପୁଲିସକୁ ଶୁଭେଚ୍ଛା।

ଅଭିନେତ୍ରୀ ସ୍ବରା ଭାସ୍କର ସମ୍ବାଦିକା ଫାୟେ ଡିସୁଜାଙ୍କ ଟୁଇଟ୍ ବିନା କୌଣସି କମେଣ୍ଟ କରି ତାକୁ ରି-ଟୁଇଟ୍ କରିଛନ୍ତି। ସମ୍ବାଦିକା ଫାୟେ ଲେଖିଥିଲେ ଯେ, ଏହା ନ୍ୟାୟା ନୁହେଁ। ପୁଲିସ ଆଇନକୁ ହାତକୁ ନେଇଛି। ଏହା ଅତି ଭୟଙ୍କର। ଏହା ଦ୍ବାରା ନ୍ୟାୟିକ ପ୍ରକ୍ରିୟାର ଅର୍ଥ କ’ଣ ରହିଲା?

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories