www.samajalive.in
Monday, December 15, 2025
27.1 C
Bhubaneswar

ହାଇଦରାବାଦରେ ପୁଣି ଅନର କିଲିଂ ଉଦ୍ୟମ

ହାଇଦାରାବାଦ : ଦଳିତ ବର୍ଗର ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ହତ୍ୟା ଘଟଣାର ୫ ଦିନ ପରେ ହାଇଦରାବାଦରେ ପୁଣି ସମ୍ମାନ ଆଳରେ ହତ୍ୟା (ଅନର କିଲିଂ) ଉଦ୍ୟମ ହୋଇଛି। ନବଦମ୍ପତିଙ୍କ ଉପରେ ଏକ ଦାଆରେ ଆକ୍ରମଣ କରିଛନ୍ତି ନବବଧୂଙ୍କ ପିତା। ହାଇଦରାବାଦର ଏସ୍‍ଆର୍‍ ନଗରଠାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ନବଦମ୍ପତି ସନ୍ଦୀପ ଓ ମାଧବୀ ଗୁରୁତର ଆହତ ହୋଇଛନ୍ତି। ସନ୍ଦୀପଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ମାଧବୀଙ୍କ ହାତ ପ୍ରାୟତଃ କଟିଯାଇଛି। ପୁଲିସର ସୂଚନା ଅନୁସାରେ ୨୧ ବର୍ଷ ବୟସ୍କ ସନ୍ଦୀପ ଅନୁସୂଚିତ ବର୍ଗର ଏବଂ ମାଧବୀ ପଛୁଆ ବର୍ଗର ଝିଅ। ଏକ ମାସ ପୂର୍ବେ ଏଠାକାର ଆର୍ଯ୍ୟସମାଜ ମନ୍ଦିରରେ ସେମାନେ ବିବାହ କରିଥିଲେ। ପରିବାର ଲୋକେ ଏହି ବିବାହକୁ ବିରୋଧ କରିବା ସହିତ ନବଦମ୍ପତିଙ୍କୁ ଧମକ ଦେଇଥିଲେ। ବୁଧବାର ସକାଳେ ଝିଅକୁ ଦେଖାକରିବାକୁ ଚାହୁଁଛନ୍ତି ବୋଲି ମାଧବୀଙ୍କ ପିତା ସନ୍ଦୀପଙ୍କୁ କହିଥିଲେ। ଏଆର୍‍ ନଗରଠାରେ ପହଞ୍ଚିବା ପରେ ସେମାନଙ୍କ ଉପରେ ସେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଘଟଣା ଉକ୍ତ ସ୍ଥାନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆକ୍ରମଣ ପରେ ମାଧବୀ ଓ ସନ୍ଦୀପଙ୍କୁ ଆହତ ଅବସ୍ଥାରେ ଯଶୋଦା ହସ୍ପିଟାଲରେ ଭର୍ତ୍ତିକରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories