www.samajalive.in
Sunday, December 7, 2025
26.1 C
Bhubaneswar

ପତ୍ନୀଙ୍କ କଥାରେ କିଡ୍‌ନୀ ବିକିଲେ ପତି; ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ପତ୍ନୀ ଚମ୍ପଟ

କଲକାତା : ପତ୍ନୀଙ୍କ କଥାରେ ନିଜର କିଡ୍‌ନୀ ବିକ୍ରି କରିଥିବା ଜଣେ ବ୍ୟକ୍ତିଙ୍କୁ ଚରମ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ଘଟଣାଟି ପଶ୍ଚିମବଙ୍ଗ ହାୱଡା ଜିଲାର ସାଙ୍କ୍ରେଲ ସହରରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ପତ୍ନୀ ଓ ୧୦ ବର୍ଷର କନ୍ୟା ସହ ବାସ କରୁଛନ୍ତି। ବିଗତ କିଛି ଦିନ ଧରି ମହିଳା ଜଣକ କିଡ୍‌ନୀ ବିକ୍ରି କରିବାକୁ ସ୍ବାମୀଙ୍କୁ ପ୍ରବର୍ତ୍ତାଉଥିଲେ। ଏହି ଅର୍ଥରେ କନ୍ୟାର ଶିକ୍ଷା ଓ ବିବାହ ଖର୍ଚ୍ଚ ତୁଲାଇବା ସମ୍ଭବ ହୋଇପାରିିବ ବୋଲି ​ସେ ଯୁକ୍ତି ଦର୍ଶାଇଥିଲେ।

ପ୍ରଥମେ ଅରାଜି ହୋଇଥିଲେ ସୁଦ୍ଧା ସ୍ବାମୀ ଜଣକ ଶେଷରେ ପତ୍ନୀଙ୍କ କଥାରେ ସମ୍ମତି ପ୍ରଦାନ କରିଥିଲେ। କିଡ୍‌ନୀ ଆବଶ୍ୟକ କରୁଥିବା ଲୋକଙ୍କୁ ଠାବ କରାଯିବା ପରେ ବ୍ୟକ୍ତିଜଣକ ୧୦ ଲକ୍ଷ ଟଙ୍କାରେ ନିଜର ଗୋଟିଏ କିଡ୍‌ନୀ ବିକ୍ରି କରିଥିଲେ। ହାତକୁ ଟଙ୍କା ଆସିବା ପରେ ବ୍ୟକ୍ତିଜଣକ ଆଶ୍ବସ୍ତି ପ୍ରକାଶ କରିବା ସହ ପତ୍ନୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ତେବେ ଏହା ପଛରେ ଏକ ଷଡଯନ୍ତ୍ର ରହିଥିବା ସ୍ବାମୀଜଣକ ସ୍ବପ୍ନରେ ଭାବି ନଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ ୧୦ ଲକ୍ଷ ଟଙ୍କା ଧରି ପ୍ରେମିକ ସହ ଚମ୍ପଟ ମାରିଥିବା ଜଣାପଡିଛି। ଜଣେ ରଙ୍ଗ ମିସ୍ତ୍ରୀ ସହ ମହିଳାଙ୍କର ଫେସବୁକ୍‌ରେ ପ୍ରେମସମ୍ପର୍କ ସ୍ଥାପନ ହୋଇଥିଲା। ପ୍ରତାରଣାର ଶିକାର ପାଲଟି ଥିବା ସ୍ବାମୀ ବର୍ତ୍ତମାନ ଥାନାରେ ଏତଲା ଦାଏର କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories