nua o banner

ନିର୍ବାଚନ ସରିବାର ୯ମାସ ପରେ ବିଜେଡିରେ ମିଶିଲେ ହୁମ୍ମା ସରପଞ୍ଚ

BJD Bijuli 480×75 Mob

ଗଞ୍ଜାମ: ଗଞ୍ଜାମ ଜିଲା ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ସରପଞ୍ଚ ଜାନକୀ ଦାସ ନିର୍ବାଚନ ଜିତିବାର ୯ ମାସ ପରେ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଫଳରେ ଏହାକୁ ନେଇ ହୁମା ପଂଚାୟତରେ ଏକ ପ୍ରକାର ରାଜନୈତିକ ବତାବରଣ ସରଗରମ ହୋଇଛି। ପ୍ରକାଶଯୋଗ୍ୟ, ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉକ୍ତ ପଂଚାୟତର ବଳଦିଆଢିଅ ଗ୍ରାମର ଜାନକୀ ଦାସ ବିଜେଡି ଓ ବିଜେପି ଦଳର ସମର୍ଥିତ ପ୍ରାର୍ଥୀମାନଙ୍କୁ ହରାଇବାରେ ସମର୍ଥ ହୋଇଥିଲେ। ଗତ ନଅ ମାସର ନୀରବତା ପରେ ସରପଞ୍ଚ ବିଜେଡିରେ ମିଶିବାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସୂଚନା ଯୋଗ୍ୟ ଯେ, ହୁମା ପଂଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଜିଲ୍ଲା ମହିଳା ସଭାନେତ୍ରୀ ତଥା ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳାଇଙ୍କ ଉପସ୍ଥିତିରେ ହୁମ୍ମା ସରପଞ୍ଚ ଜାନକୀ ଦାସ ବିଜୁ ଜନତା ଦଳରେ ମିଶିଥିଲେ। ବିଧାୟକ ବେହେରା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ବିଜେଡି ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଜିଲ୍ଲା ପରିଷଦସଭ୍ୟ ସନାତନ ବେହେରା, ପୂର୍ବତନ ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ବନବାସୀ ଖୁଣ୍ଟିଆ, ବାନାମ୍ବର ପଲାଇ, ବଟକୃଷ୍ଣ ପଣ୍ଡା, ସରପଞ୍ଚ ମମତା ବେହେରା, ସରପଞ୍ଚ ରବୀନ୍ଦ୍ର ନାଥ ବେହେରାଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପରେ ହୁମ୍ମା ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

Comments are closed.