ମହୁମାଛି ଶେଷ ହେବାର ୪ ବର୍ଷ ମଧ୍ୟରେ ମଣିଷ ଶେଷ ହୋଇଯିବେ – ଏମିତି କାହିଁକି କହିଥିଲେ ଆଇନଷ୍ଟାଇନ

ନୂଆଦିଲ୍ଲୀ – ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ ପଦାର୍ଥ ବିଜ୍ଞାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ଆଇନଷ୍ଟାଇନ ଗୋଟିଏ କଥା କହିଥିଲେ । ମହୁମାଛି ଏହି ବିଶ୍ୱରୁ ବିଲୁପ୍ତ ବା ସମ୍ପୂର୍ଣ୍ଣ ଭାବେ ମହୁମାଛି ଶେଷ ହୋଇଗଲେ ମଣିଷ ତାହାର ୪ ବର୍ଷ ମଧ୍ୟରେ ଶେଷ ହୋଇଯିବେ ।

ଏହି କଥାକୁ ନେଇ ଗତ କିଛି ବର୍ଷ ଧରି ଅନେକ ବୈଜ୍ଞାନିକଙ୍କ ମଧ୍ୟରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି । ଏପରି କହିବାର ଏକ ବଡ ଉଦ୍ଦେଶ୍ୟ ରହିଛି । ଆମର ଖାଦ୍ୟ ସମ୍ପୂର୍ଣ୍ଣ କରିବାରେ ମହୁମାଛି ଏବଂ ପ୍ରଜାପତିଙ୍କର ଏକ ବଡ ଭୂମିକା ରହିଛି । ମହୁ ନୁହେଁ ଏହା ମହୁ ସଂଗ୍ରହ ପାଇଁ ଗୋଟିଏ ଫୁଲରୁ ଅନ୍ୟ ଫୁଲକୁ ଉଡି ବୁଲିଥାଏ । ଏଥିରେ ଗଛରେ ପରାଗସଙ୍ଗମ ହୁଏ ଫଳରେ ନୂଆ ଫଳର ସୃଷ୍ଟି ହୋଇଥାଏ । ଏହାଦ୍ୱାର ନୂଆ ଗଛ ସୃଷ୍ଟିରେ ସହାୟକ ହୋଇଥାଏ ।

ପରିବେଶ ସୁରକ୍ଷା ପାଇଁ ଏହା ଅପରିହାର୍ଯ୍ୟ । ପ୍ରାକୃତିକ ଉପାୟରେ ଏହା ପରିବେଶ ସନ୍ତୁଳନ ସୃଷ୍ଟି କରିଥାଏ । ଯଦି ଦୁନିଆଁରୁ ସବୁ ମହୁମାଛି ଶେଷ ହୋଇଯିବେ ତେବେ ଅନେକ କୀଟ ପତଙ୍ଗ ବି ନଷ୍ଟ ହୋଇଯିବେ । ଏହା ପରେ ପରିବେଶ ନଷ୍ଟ ହୋଇଯିବେ । ଖାଦ୍ୟ ପଦାର୍ଥ ଉତ୍ପାଦନ ହ୍ରାସ ପାଇଯିବ । ପରିବେଶ ନଷ୍ଟ ହେଲେ ପ୍ରାକୃତିକ ବିପର୍ଯ୍ୟୟ ହେବ । ପରିମାଣ ସ୍ୱରୂପ ମନୁଷ୍ୟ ଏବଂ ଜୀବ ଜଗତ ନଷ୍ଟ ହୋଇଯିବ ।

ଏଥିପାଇଁ ମହୁମାଛି ସହ ସମସ୍ତ ଜୀବଜନ୍ତୁ ଏହି ପୃଥିବୀ ପାଇଁ ଅପରିହାର୍ଯ୍ୟ । ଆଇନଷ୍ଟାଇନ୍‌ ଏପରି କହିବା ପଛରେ ଏହି ଏକ ବଡ ତର୍କ ରହିଛି ।

ଘର ଲୋକ ଆଇଏଏସ୍‌ ପାଇଁ କରିଥିଲେ ଚେଷ୍ଟା ଏବେ ଦିନକୁ ରୋଜଗାର କରୁଛନ୍ତି ପ୍ରାୟ ୩୦ ଲକ୍ଷ ଟଙ୍କା

Comments are closed.